ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା ତା ୧୩/୧୦/୨୦୨୬  ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ( ଏ ଆଇ ଏଲ୍ ୟୁ) ଓଡ଼ିଶା ରାଜ୍ୟ କମିଟି ଡାକରା ରେ ଆଜି ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସ ପାଳନ ଅବସରରେ ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ଏକ ଲକ୍ଷ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମାନଙ୍କ ଜରିଆରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଆଜି ୟୁନିୟନର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି।

     ରାଜ୍ୟରେ ଆଇନ୍ ର ସେବା ଯୋଗାଇ ଦେବାରେ,ଜନ ସାଧାରଣଙ୍କ ସାମ୍ବିଧାନିକ ଅଧିକାର ର ସୁରକ୍ଷା ଦିଗରେ,ଆଇନ୍ ବ୍ୟବସ୍ଥା କୁ ଲୋକଙ୍କ ନିକଟତର କରିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ସମାଜରେ ଦୃଢ଼ୀଭୂତ କରିବା ଦିଗରେ ଆଇନଜୀବୀ ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବେଳେ ରାଜ୍ୟ ସରକାର ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଘୋର ଅବହେଳା ପ୍ରଦର୍ଶନ କରୁଥିବାରୁ ୟୁନିୟନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସରକାର ତୁରନ୍ତ ଆଇନଜୀବୀ ସମେତ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା,୬୦ ବର୍ଷ ପରେ ବରିଷ୍ଠ ଆଇନଜୀବୀ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ପ୍ରଦାନ, ବିଭିନ୍ନ ରାଜ୍ୟ ସରକାର ମାନେ ଯୁବ ଆଇନଜୀବୀ ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ମାସିକ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୁବ ଆଇନଜୀବୀ ମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବା, ପ୍ରତ୍ୟେକ ଆଇନଜୀବୀ ମାନଙ୍କୁ ମୃତ୍ୟୁ କାଳୀନ କ୍ଷତିପୂରଣ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର ମ୍ୟାଚିଙ୍ଗ ଗ୍ରାଣ୍ଟ ରାଶି ବୃଦ୍ଧି କରିବା ସହିତ ଅବସର କାଳୀନ ପ୍ରାପ୍ୟ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ପ୍ରଦାନ ସମେତ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ କରିବା ଦିଗରେ ତଡିତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।

    ଆଜିର ଏହି କାର୍ଯ୍ୟକ୍ରମ ରେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ର ସଭାପତି ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ, ସଂପାଦକ ରାଜ କିଶୋର ପ୍ରଧାନ,ଉପ ସଭାପତି ଚନ୍ଦ୍ରଭାନୁ ଦାସ, ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ବାଳ,ସହ ସଂପାଦକ ଶ୍ରୀକାନ୍ତ ସାହୁ, ନିହାର ରଞ୍ଜନ ସିଂହ, ପ୍ରମୋଦ କୁମାର ବାରିକ୍,ଗୁରୁ ଚରଣ ଖୁଣ୍ଟିଆ,କାର୍ଯ୍ୟକାରୀ କମିଟି ସଦସ୍ୟ ଧିରେନ୍ଦ୍ର ପ୍ରସାଦ ଦାସ,ମାନୁଏଲ ଡେଭିଡ ଲୁଗୁନ,କିରସନ କେରାଇ,ପ୍ରିୟ ଦର୍ଶିନୀ ବାରିକ୍,ରୁପେଶ ଲାଲ୍ ସଂଜୟ ବେହୁରା, ଜଗନ୍ନାଥ ଘାସି,ସନ୍ତୋଷ ଲେହେରୀ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

Sunil Chandra Nayak

ଧର୍ମଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ବିଭିନ୍ନ ମାମଲାର ସମାଧାନ, ଲକ୍ଷାଧିକ ଟଙ୍କା ଆଦାୟ

ପାପଡ଼ାହାଣ୍ଡିରେ ଲେବେଲ-ଭି (ଏ) ଶିକ୍ଷକ ସଙ୍ଘ ଗଠିତ 

Sunil Chandra Nayak

Leave a Comment

error: Content is protected !!