ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ନାଚ ଗୀତରେ ଦୁଲୁକିଲା ମଞ୍ଚ 

ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ନାଚ ଗୀତରେ ଦୁଲୁକିଲା ମଞ୍ଚ 

ପ୍ରତିଭା ପ୍ରଦର୍ଶନର ମଞ୍ଚ ପାଲଟିଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର

ବନ୍ଧୁଗାଁ,୧୪/୧୦/୨୬/ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ବନ୍ଧୁଗାଁ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଆୟୋଜନ ହୋଇଯାଇଛି I ଏହି ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସଵ କୁ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ ସହ ନୂତନ ଅନୁଭୂତି ଓ ଜ୍ଞାନ ଆହରଣ କରିବାର ଏକ ସୁନ୍ଦର ଅବସର ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ ବନ୍ଧୁଗାଁର ଅତିରିକ୍ତ ତହସିଲଦାର ଶ୍ରୀ ଜିତେନ୍ଦ୍ର ବାଘ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ବ୍ଲକ୍‌ସ୍ତରୀୟ ସୁରଭି ସଭାପତି ଶ୍ରୀ ମଦନ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କାର୍ଯ୍ୟରତ ଏବିଓ ଶ୍ରୀ ବାସୁଦେବ ଦେବରପଲ୍ଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ବିଜେଡି ସଭାପତି ଶ୍ରୀ ଦୁର୍ଯ୍ୟୋଧନ ନାଗ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ସାହୁ ଏବଂ ପୂର୍ବତନ ବିଜେଡି ସଭାପତି ଶ୍ରୀ ବାଲା ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ଓ ଅତିଥିମାନଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗନେଇ ନିଜ ନିଜର ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏଭଳି ମହୋତ୍ସବ ଶିଶୁମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

କାର୍ଯ୍ୟକ୍ରମକୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମଧୁସୂଦନ ଵଡ଼ନାୟକ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ବନ୍ଧୁଗାଁ ବ୍ଲକର ଅନେକ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷତ୍ରୀ ସମସ୍ତ ଓ ସିଆରସିସି (CRC)ମାନେ ସକ୍ରିୟ ସହଯୋଗ କରିଥିଲେ। ଆଜିର ବ୍ଲକ ସ୍ତରୀୟ ଶିଶୁ ମହତ୍ସବ ସୁରଭି କାର୍ଯ୍ୟକ୍ରମକୁ ସଙ୍ଗ୍ରାମ କେଶରୀ ମହାରଣା ପରିଚାଳନା କରିଥିଲେ I ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ଯେଉଁମାନେ ମନୋନୀତ ହେବେ ସେଆମାନେ କୋରାପୁଟ ରେ ହବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କୋରାଯିବା ପାଇଁ ତାରିଖ ଧାର୍ଯ୍ୟ କୋରାଯାଇଛି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ 

Sunil Chandra Nayak

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

Sunil Chandra Nayak

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!