ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପିଠ ଓ ମଣ୍ଡପରେ ମା ଦୁର୍ଗାଙ୍କ ନବରାତ୍ର ପୂଜାରେ ଉତ୍ସବମୁଖର ଜୁନାଗଡ଼ ସହର

ବିଭିନ୍ନ ପିଠ ଓ ମଣ୍ଡପରେ ମା ଦୁର୍ଗାଙ୍କ ନବରାତ୍ର ପୂଜାରେ ଉତ୍ସବମୁଖର ଜୁନାଗଡ଼ ସହର

 ଜୁନାଗଡ଼ : ୧୫/୧୦ (ମନୀସ) ପବିତ୍ର ନବରାତ୍ର ଅବସରରେ ଭକ୍ତିମୟ ହୋଇଉଠିଛି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର। ସହରର ମଧ୍ୟମପଡ଼ା ସମେତ କନକ ଦୁର୍ଗା ମନ୍ଦିରରେ ମା’ମା ଗାୟତ୍ରୀ ମନ୍ଦିର ସହ ଲଙ୍କେଶ୍ୱରୀ କ୍ଲବ ରେ ଦୁର୍ଗାଙ୍କ ପୂଜାର୍ଚ୍ଚନାକୁ ନେଇ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି।ନବରାତ୍ରର ନଅ ଦିନ ଧରି ମା’ ଦୁର୍ଗାଙ୍କ ବିଭିନ୍ନ ସ୍ୱରୂପକୁ ଆରାଧନା କରାଯାଏ। ଏହି ଅବସରରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି।ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଛି।

ନବରାତ୍ର କେବଳ ଏକ ପୂଜା ପର୍ବ ନୁହେଁ, ଏହା ଶକ୍ତି, ଭକ୍ତି ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଏହି ପର୍ବ ମାଧ୍ୟମରେ ଅଞ୍ଚଳରେ ଧାର୍ମିକ ଭାବନା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାରିତ ହେଉଛି।ଜୁନାଗଡ଼ ସହରର କନକ ଦୁର୍ଗା, ଗାୟତ୍ରୀ ମନ୍ଦିର ସହ ଲଙ୍କେଶ୍ୱର କ୍ଲବ ଓ ।ମାରବାଡ଼ି ପଡା ଦୁର୍ଗାପୂଜା କମିଟି ତରଫରୁ ମାଙ୍କ ମୃଣ୍ମୟୀ ପୂଜା କରାଯାଉଛି। ଏହିସବୁ ପୂଜା ରେ ସୁଉଚ୍ଚ ତୋରଣ ତଥା ଆକର୍ଷଣୀୟ ଆଲୋକ ମାଲା ରେ ଝଲମଲ ହୋଇ ଉଠିଛି ସମଗ୍ର ସହର।ମା’ ଦୁର୍ଗାଙ୍କ ଆଶୀର୍ବାଦରେ ସମଗ୍ର ଅଞ୍ଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁଏହା କାମନା କରି ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଥିବା ଦେଖିବାକୁମିଳୁଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆମ ପୁଲିସ ର ସଚେତନତା ବୈଠକ

Sunil Chandra Nayak

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

କଙ୍କଡ଼ାହାଡ଼ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ମୋର ଅଧେ

Sunil Chandra Nayak

Leave a Comment

error: Content is protected !!