ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ରୂପେ ଶତୃଘ୍ନ ପାଲ ଓ ସମ୍ପାଦିକା ରୂପେ ବର୍ଷାରାଣୀ ବାରିକ ନିର୍ବାଚିତ

ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ରୂପେ ଶତୃଘ୍ନ ପାଲ ଓ ସମ୍ପାଦିକା ରୂପେ ବର୍ଷାରାଣୀ ବାରିକ ନିର୍ବାଚିତ

ଜଳେଶ୍ଵର,୧୫/୧୦(ମନିସ)- ଉତ୍ତର ବାଲେଶ୍ୱର ଅଞ୍ଚଳର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ରୂପେ ଶତୃଘ୍ନ ପାଲ(ବି.ସି. ଜେ.ଡି),ଉପ ସଭାପତି ରୂପେ ସଞ୍ଜୀବ ସିଂ( ଏ.ବି.ଭି.ପି), ସଂପାଦିକା ରୂପେ ବର୍ଷାରାଣୀ ବାରିକ(ଏ.ବି.ଭି.ପି),ସହ ସମ୍ପାଦକ ରୂପେ ସୁବ୍ରତ ଖଟୁଆ(ଏ.ବି.ଭି.ପି) ନିର୍ବାଚିତ ହୋଇଛନ୍ତି।ସେହିପରି ନାଟ୍ୟ ସଂସଦ ସଭାପତି ରୂପେ ଧର୍ମପଦ ମହାନ୍ତି(ବି.ସି. ଜେ.ଡି),ସହ ସମ୍ପାଦକ ରୂପେ ଶ୍ରାବଣୀ ଜେନା(ଏ.ବି.ଭି.ପି),କ୍ରୀଡା ସଂସଦ ସମ୍ପାଦକ ରୂପେ ନନ୍ଦନ କୁମାର ଦେ(ଏ.ବି.ଭି.ପି),ସହ ସମ୍ପାଦକ ରୂପେ ସିଦ୍ଧାର୍ଥ ପାତ୍ର( ଏ.ବି.ଭି.ପି) ରୂପେ ନିର୍ବାଚିତ ହୋଇଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜଳେଶ୍ଵର ଅତିରିକ୍ତ ତହସିଲଦାର ସରୋଜ ନାୟକ, ,ଜଳେଶ୍ଵର ଥାନା ଆଇ. ଆଇ.ସି ଅଶୋକ କୁମାର ବାରିକ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉପସ୍ଥିତ ଥିଲେ।ଆଜି ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ପ୍ରାଧ୍ୟାପକ ସନ୍ନ୍ୟାସୀ ଚରଣ ପାତ୍ର, ଡ. ମାନସ କୁମାର ଦାଶ ଓ ଡ. ଦୀପକ ସେନାପତି ଏବଂ ପ୍ରଭାରୀ ପ୍ରାଧ୍ୟାପକ ପ୍ରଦୀପ ରାଉଳ ଓ ଡ. ସୁଶାନ୍ତ କୁମାର ଗିରି ପ୍ରମୁଖ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଚକ୍ରୋଡା ଗ୍ରାମ ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

Sunil Chandra Nayak

କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ପିଇଓ ସଙ୍ଘ

Sunil Chandra Nayak

ଶିଶୁ ସୁରକ୍ଷା ଅଧିନିୟମ ଓ ବନ୍ଧକ ଶ୍ରମିକ ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!