ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାକ୍ସ ମୁଲର ଭବନରେ ସଂଗୀତମୟ ସନ୍ଧ୍ୟା “ଟାଇମଲେସ୍ ୱିସ୍ପର୍ସ” ଅନୁଷ୍ଠିତ

ମାକ୍ସ ମୁଲର ଭବନରେ ସଂଗୀତମୟ ସନ୍ଧ୍ୟା “ଟାଇମଲେସ୍ ୱିସ୍ପର୍ସ” ଅନୁଷ୍ଠିତ

ରାଉରକେଲା,: ରାଉରକେଲା ସୋସିଆଲ ଏଣ୍ଡ କଲଚରାଲ ଟ୍ରଷ୍ଟ ଏବଂ ମାକ୍ସ ମୁଲର ଭବନ ସେକ୍ଟର-୨, ରାଉରକେଲା ମିଳିତ ଆନୁକୂଲ୍ୟରେ ଏକ ମନୋରମ ସାଂସ୍କୃତିକ ସଂଗୀତ କାର୍ଯ୍ୟକ୍ରମ “ଟାଇମଲେସ୍ ୱିସ୍ପର୍ସ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏମଏମବିର ସଚିବ ତଥା ଆରଏସପିର ସିଜିଏମ୍ ଟି.ଜି. କାନେକରଙ୍କ ପରିକଳ୍ପନା ଥିଲା । ସେ ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସଂଗୀତ ସନ୍ଧ୍ୟାରେ ରାଉରକେଲାର ବିଭିନ୍ନ ସ୍କୁଲ ଓ କଲେଜ ଯଥା – ଡିପିଏସ, ଡେମ୍ସ, ଏସକେଡିଏଭି, ଜିଏନପିଏସ ଏବଂ ସ୍ୱାଧୀନ କଳାକାରମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ପ୍ରତିଯୋଗୀ ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଅବସରରେ ବିଚାରକ ମଣ୍ଡଳୀରେ ଟି.ଜି. କାନେକର, ବି.କେ. ସିଂହ ସିଜିଏମ୍ ଆରଏସପି ଓ ଟ୍ରଷ୍ଟି, ଡା. ପଦ୍ମିନୀ ପାଣିଗ୍ରାହୀ, ପଲ୍ଲବ ଚାଟାର୍ଜୀ, ଡା. ଅଞ୍ଜନା ମୈତ୍ର ଏବଂ ଅଜୟ ଦାସ ଉପସ୍ଥିତ ଥିଲେ । ଶ୍ରୀ କାନେକର ଏବଂ ଶ୍ରୀ ଚାଟାର୍ଜୀ ମଧ୍ୟ ଦୁଇଟି ଇଂରାଜୀ ଗୀତ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମକୁ ଡିପିଏସର ଲଗ୍ନା ଲାବଣ୍ୟା ଓ ମେଧା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ପଲ୍ଲବ ଚାଟାର୍ଜୀ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଡା. ଅଞ୍ଜନା ମୈତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସଂଗୀତ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ପ୍ରଧାନ ଶିକ୍ଷକ, ଏମଏମବିର କର୍ମଚାରୀ ଏବଂ ପ୍ରତିଭା କୁମ୍ଭାରଙ୍କ ନେତୃତ୍ୱରେ ଅତିଥିମାନେ ସର୍ବଶ୍ରୀ ଜଳଧର ମହାପାତ୍ର ଓ ବିଭିନ୍ନ ବିଦ୍ୟାଳୟର ପ୍ରମୁଖ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନସ୍ବିନୀ,ଅନୁସୂୟା,ପ୍ରତିଭା ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ ଗୋମାତା ସେବା କାର୍ୟ୍ଯ 

masiha

ଅର୍ଥ ଅଭାବ ରୁ ଚିକିତ୍ସାରେ ବାଧକ: ସାହାର୍ଯ୍ୟ ପାଇଁ ନିବେଦନ

Sunil Chandra Nayak

ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଅର୍ପଣ ରଥ ପରିକ୍ରମାକୁ ଭବ୍ୟ ସ୍ଵାଗତ ଓ ଉଦଯାପିତ 

masiha

Leave a Comment

error: Content is protected !!