ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ଗ୍ରାମରେ ମାଁ ମାଣିକେଶ୍ଵରୀଙ୍କ ଦଶହରା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

ଥୁଆମୁଳ ଗ୍ରାମରେ ମାଁ ମାଣିକେଶ୍ଵରୀଙ୍କ ଦଶହରା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି: ୨୫/୧୦ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଶ୍ୱିନ ମାସ ଶୁକ୍ଳପକ୍ଷ କୁମାର ପୂର୍ଣ୍ଣିମା ଦିନ କଳାହାଣ୍ଡି ର ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରାଚୀନ କାଳରୁ ରହି ଆସିଥିବା ଆଦିପୀଠ ଥୁଆମୂଲ୍ ଗ୍ରାମରେ ମାଁ ମାଣିକେଶ୍ଵରୀ ଙ୍କ ବାର୍ଷିକ ପୁଜା ଉତ୍ସବ ସହ କୁମାର ପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବର ସଂଧ୍ୟା କାର୍ଯ୍ୟକ୍ରମ ରେ ଥୁଆମୂଲ୍ ପଞ୍ଚାୟତ ସରପଞ୍ଚ ବଲଭଦ୍ର ଜାନୀଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ଡ ବଳଭଦ୍ର ମାଝୀ , ଭକ୍ତ ଚରଣ ଦାସ ଙ୍କ ପ୍ରତିନିଧି ଭାବେ ବରିଷ୍ଠ କଂଗ୍ରେସ କର୍ମୀ ଅଶୋକ କୁମାର ସିଂହ, କଂଗ୍ରେସ ବ୍ଲକ ସଭାପତି ଦେବେନ୍ଦ୍ର ନାୟକ, ରାଧେ କୁମାର ଧଙ୍ଗଡାମାଝୀ, ପରମେଶ୍ୱର ନାଏକ, ଧର୍ମେନ୍ଦ୍ର ନାଏକ, ଓ ହେମନ୍ତ ନାଏକ ଯୋଗ ଦେଇଥିବା ବେଳେ ଅଂଚଳର ବୁଦ୍ଧିଜୀବୀ, ସମେତ ହଜାର ହଜାର ଜନ ସମାଗମ ହୋଇଥିଲା।

 ରବି ନାରାୟଣ ସିଂହ ଙ୍କ ରିପୋର୍ଟ ମସିହା ନିୟୂଜ

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ

Sunil Chandra Nayak

ଭାରତର ସ୍ବାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଡିୱାଇଏଫଆଇ,ଏସଏଫଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ପାଳିତ

Sunil Chandra Nayak

Leave a Comment

error: Content is protected !!