ରୁଗୁମୁ ପଞ୍ଚାୟତ ରେ ଜନ ଶୁଣାଣୀ କାର୍ଯ୍ୟକ୍ରମ
ଆସିକା, (୨୬/୧୦/୨୬) (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଡି ଓ ଲିପିନା ଦାସ,ତହସିଲଦାର ଲମ୍ବୋଦର ମାରାଣ୍ଡି,ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ ସ୍ୱାଇଁ,ସମିତିସଭ୍ୟ ବନବାସ ବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ସି ଡି ପି ଓ ସୁନିଲ ପ୍ରଭା ରଥ, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା, ସି ଆର ସି ସି ଅଜିତ ସାହୁ, ବି ଏସ ଏସ ଓ ସଚିନ ପାତ୍ର, ପି ଇ ଓ ଇସାକ ପ୍ରଧାନ, ଏ ଡି ଇ ଓ ବିଦେଶୀ ଗୌଡ, ଯୋଗାଣ ସହାୟକ ସୁମିତ୍ରା ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଜିର ଜନ ଶୁଣାଣୀ ରେ ମୋଟ 13 ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।

