ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଦ୍ଧକ୍ୟ ଭତ୍ତା ଦେବା ରେ ଅସଫଳ ଓଡ଼ିଶା ସରକାର ତିନି ମାସ ହେଲା ଅପେକ୍ଷା ରେ ହିତାଧିକାରୀ 

ବାର୍ଦ୍ଧକ୍ୟ ଭତ୍ତା ଦେବା ରେ ଅସଫଳ ଓଡ଼ିଶା ସରକାର ତିନି ମାସ ହେଲା ଅପେକ୍ଷା ରେ ହିତାଧିକାରୀ 

ନବରଙ୍ଗପୁର:(୨୬/୧୦ )(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକରେ ଭତ୍ତା ଟଙ୍କାକୁ ଅନେଇ ବସିଛନ୍ତି ହିତାଧିକାରୀ । ତିନି ମାସ ହେଲା ବ୍ୟାଙ୍କ ଖାତାରେ ଆସି ନାହିଁ ଭତ୍ତା ଟଙ୍କା । ଯେଉଁ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟଳୟ ରେ ନିଜ ହାତ ମାଧ୍ୟମରେ ଭତ୍ତା ଟଙ୍କା ପାଉଛନ୍ତି ସେହିମାନେ ସଠିକ ଭାବରେ ପାଇପାରିଛନ୍ତି। କିନ୍ତୁ ଯେଉଁ ହିତାଧିକାରୀ ବ୍ୟାଙ୍କ ଖାତାରେ ଟଙ୍କା ପାଉଥିଲେ, ସେହି ହିତାଧିକାରୀ ମାନେ ମାସକୁ ପନ୍ଦର ଥର ବ୍ୟାଙ୍କକୁ ଦୌଡିବା ଆଜି ହେଲେ ଟଙ୍କା ଆସିବ କାଲିକୁ ଟଙ୍କା ଆସିବ ବୃଦ୍ଧାବସ୍ଥା ଏହି ଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବ୍ୟାଙ୍କ ଖାତାରେ ନ ଦେଇ ନିଜସ୍ୱ ହସ୍ତରେ ଟଙ୍କା ବଣ୍ଟନ କରାଯାଉ ବୋଲି ସାଧାରଣ ରେ ହିତାଧିକାରୀ ଙ୍କ ଦାବୀ । ଫୋନ ଯୋଗେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ । ଅଧିକାରୀ ଙ୍କ କହିବା ଅନୁସାରେ ଓଡ଼ିଶାରେ ଏହି ଭଳି ଅସୁବିଧା ହୋଇଥିବା ସହ ତିନି ମାସ ହେଲା ହିତାଧୀକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଆସିନଥିବା କଥା କହିଥିଲେ। ସରକାରଙ୍କ ଡିଜିଟାଲ ମାଧ୍ୟମରେ ଟଙ୍କା ପଠାଇବା ପ୍ରକ୍ରିୟା ଫେଲ ମାରିଛି ନା ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ରେ ଅର୍ଥର ଅଭାବ ବୋଲି ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

masiha

Saroj Nalini Parija Receives the Sanjukta Devi memorial sahitya Award.

Sunil Chandra Nayak

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!