ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଓ ଜଳ ନିଷ୍କାସନ ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ
ନବରଙ୍ଗପୁର;( ୨୬ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରି ଜଳସ୍ତର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଜଳଭଣ୍ଡାରରେ ଜଳର ସୁରକ୍ଷିତ ସଂରକ୍ଷଣ ଏବଂ ଆବଶ୍ୟକତା ଅନୁଯାୟୀ ଜଳ ନିଷ୍କାସନ ସମୟରେ ସମସ୍ତ ପ୍ରାକ୍ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଜଳ ନିଷ୍କାସନ ସମୟରେ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବା ସହ ଆବଶ୍ୟକ ସତର୍କତା ଓ ସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ।ଏହାପରେ ଜିଲ୍ଲାପାଳ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମପଞ୍ଚାୟତର ତାରାପଦର ଗ୍ରାମର ସଫଳ କୃଷି ଉଦ୍ୟଗୀ ସ୍ୱାତୀ ପୋନାଗିଣ୍ଟିଙ୍କ ଦ୍ୱାରା ପ୍ରତିଷ୍ଠିତ ୧୮,୦୦୦ କ୍ଷମତାବିଶିଷ୍ଟ ବାଣିଜ୍ୟିକ ଲେୟର କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ। ଏହି ୟୁନିଟ୍ଟି ମୋଟ ₹୧,୬୬,୩୫,୮୯୦ ବ୍ୟୟରେ ପ୍ରତିଷ୍ଠା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ₹୫୨,୩୧,୧୯୨ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ ହିତାଧିକାରୀ ଏବଂ ପଶୁ ସମ୍ପଦ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଅନ୍ୟ ବ୍ଲକ୍ଗୁଡ଼ିକରେ ମଧ୍ୟ ଏଭଳି ବାଣିଜ୍ୟିକ ଲେୟର କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

