ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ଜାତୀୟ ଏକତା ଦିବସ ରେଲି ଆୟୋଜିତ
ଭବାନୀପାଟଣା ,ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ତରଫରୁ “ରାଷ୍ଟ୍ରୀୟ ଏକତା ଦିବସ” ପାଳନ ଅବସରରେ “ଜାତୀୟ ଏକତା ଦିବସ” ରେଲି ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ସ୍ଥିତ ନକଟିଗୁଡା ଆମ୍ବେଦକର ଛକ ଠାରୁ ଆରମ୍ଭ ହୋଇ ବାଲାଜି ମନ୍ଦିର, ବସଷ୍ଟାଣ୍ଡ , ଘୋଡାଘାଟ ଛକ ମଧ୍ୟଦେଇ ଶେଷରେ ଗାନ୍ଧୀ ଛକ ଠାରେ ସମ୍ବିଳିତ ହୋଇ ଥିଲା | ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ରିବନ କାଟି ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ | ଏହି ରେଲିରେ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ,ଏନସିସି ଦଳ , ଜୁନିଅର ରେଡ କ୍ରସ, ଇକୋକ୍ଲବ , ବିକାଶ ହାୟର ସେକେଣ୍ଡାରୀ ସ୍କୁଲ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏନଏସଏସ କୋ ୟୁନିଟ୍ , ବିକାଶ ଡିଗ୍ରୀ କଲେଜ , ବିକାଶ ଡିଗ୍ରୀ ଏନଏସଏସ ୟୁନିଟ୍ , ବିବିଏ ବିସିଏ , ବିକାଶ ନର୍ସିଂ , ସତ୍ୟସାଇ ଶିକ୍ଷାନୁଷ୍ଠାନ, ଶାସ୍ତ୍ରୀଜି ଶିକ୍ଷାନୁଷ୍ଠାନ, ଗ୍ରୀନ ଭେଲି ପବ୍ଲିକ ସ୍କୁଲ ସହ ମାରୱାଡି ଯୁବମଞ୍ଚ, ମାରୱାଡି ଜାଗୃତି ମହିଳା ମଞ୍ଚ , କଳାହାଣ୍ଡି ଦଳିତ ମଞ୍ଚ ସହ କଳାହାଣ୍ଡିର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ |
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୁଆନ , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ , ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ସନାତନ ମହାରଣା ଙ୍କ ସମେତ ଲକ୍ଷ୍ମୀ ବିକାଶ ଅନୁଷ୍ଠାନର ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା , ଡି ପଦ୍ମିନୀ , ମୁଖ୍ୟ ପ୍ରଶାସକ ଯୁବରାଜ ନାୟକଙ୍କ ସମେତ ସମସ୍ତ ବିଭାଗର ଅଧ୍ୟକ୍ଷ , ଉପାଧ୍ୟକ୍ଷ ମଞ୍ଚାସୀନ ଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦରୁଆନ ଦେଶର ଏକତ୍ରିକରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ଲାକାର୍ଡ ପ୍ରଦର୍ଶନ , ସ୍ଲୋଗାନ , ଦେଶାତ୍ମବୋଧକ ନୃତ୍ୟ ଏବଂ ଦେଶୀୟ ରାଜ୍ୟ ମିଶ୍ରଣରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ସମ୍ପର୍କିତ ପଥପ୍ରାନ୍ତ ନାଟକ “ବିବିଧତାରେ ଏକତା “ ପ୍ରଦର୍ଶିତ ହୋଇଥିଲା | “ଏକ ଭାରତ ଶ୍ରେଷ୍ଠ ଭାରତ “ ରେ ବ୍ରତୀ ହେବାପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା | ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥି ଏବଂ ସମସ୍ତ ଅନୁଷ୍ଠାନଙ୍କୁ ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇ ଥିଲା | ରେଲି ଟିକୁ ଭବାନୀପାଟଣା ଜନସାଧାରଣ ଙ୍କ ପୂର୍ଣ୍ଣ ସମର୍ଥନ ମିଳିଥିଲା | କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା |
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

