ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୂହ ଶପଥ ପାଠ

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୂହ ଶପଥ ପାଠ

ରାଇରଙ୍ଗପୁର, ତା. ୩୧-୧୦-୨୦୨୬ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆଜି ରାଇରଙ୍ଗପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ସମୂହ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଦେଶର ଏକତା ଓ ସଂହତିକୁ ସୁଦୃଢ଼ କରିବା ନିମନ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ।

ଏହି ଶପଥ ପାଠ ମାଧ୍ୟମରେ ଦେଶର ଅଖଣ୍ଡତା ଓ ଏକତା ବଜାୟ ରଖିବା, ଜାତି, ଧର୍ମ, ଭାଷା ଓ ଅଞ୍ଚଳଗତ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ଜାତୀୟ ସଂହତି ଓ ଭାଇଚାରାର ଭାବନାକୁ ଅକ୍ଷୁଣ୍ଣ ରଖିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ନିଜର ଅବଦାନ ରଖିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ଡେପୁଟି କଲେକ୍ଟର ଶ୍ରୀ ମାନସ ରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଶ୍ରୀମତୀ ଅନିତା ରାଣୀ ମହାନ୍ତ, ଗିତୁ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ୱାଇଁ ଏବଂ ବିଶୋଇ ତହସିଲଦାର ଶ୍ରୀ ସତ୍ୟବାନ ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମୂହ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

” ନିର୍ମାଣଧିନ ନୂତନ ତାଳଚେର ସାର କାରଖାନା ର ପ୍ରଥମ ସାମ୍ବାଦିକ ସମ୍ମିଳନୀ “

Sunil Chandra Nayak

ରାଉରକେଲା କଲେଜରେ ‘ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତି ଓ ସମୁଦାୟ ଜୀବନର ଏକ ଅନ୍ୱେଷଣ’ ଶୀର୍ଷକ ସେମିନାର ଅନୁଷ୍ଠିତ

Sunil Chandra Nayak

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!