ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନଲାଇନ୍ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁମି ସତନାମୀଙ୍କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଦ୍ୱାରା ପୁରସ୍କୃତ

ଅନଲାଇନ୍ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁମି ସତନାମୀଙ୍କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଦ୍ୱାରା ପୁରସ୍କୃତ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ତା ୦୩.୧୧.୨୦୨୬ରିଖ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ହଲ୍‌ଠାରେ ଆୟୋଜିତ ସମାରୋହରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ଚିଚିଆ ଗ୍ରାମର ଆଦ୍ଵିକା କିଶୋରୀ ନେତ୍ରୀ ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ରୋକିବା, ଅନଲାଇନ୍ ସୁରକ୍ଷା ଓ ସାଇବର ସଚେତନତା ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ କରକମଳରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।

ନିଜ ସହପାଠୀ, ସମବୟସୀ ଓ ସମ୍ପ୍ରଦାୟ ମଧ୍ୟରେ ଅନଲାଇନ୍ ସୁରକ୍ଷା, ସାଇବର ଅପରାଧ ସମ୍ପର୍କିତ ସଚେତନତା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସକ୍ରିୟ ଅବଦାନକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।

ଏହି ସଫଳତା ଜିଲ୍ଲା ପ୍ରଶାସନ ଏବଂ ଏଡ୍ ଏଟ୍ ଆକ୍ସନ୍ ଓ ୟୁନିସେଫ୍ ଓଡ଼ିଶାର ବୈଷୟିକ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଆଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର-କିଶୋରୀଙ୍କ ସଶକ୍ତୀକରଣ ଓ ନେତୃତ୍ୱ ବିକାଶର ଏକ ପ୍ରତିଫଳନ। ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ କିଶୋର-କିଶୋରୀମାନେ ସଚେତନତାର ବାର୍ତ୍ତାବାହକ ଓ ସକାରାତ୍ମକ ପରିବର୍ତ୍ତନର ନେତୃତ୍ୱ ନେବାକୁ ସକ୍ଷମ ହେଉଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ  ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ 

masiha

କିଶନନଗର ଶିଶୁ ମଙ୍ଗଳ କ୍ଲବ ଓ ଶିଶୁ ସାହିତ୍ୟ ପତ୍ରିକା କୁନି ପ୍ରତିଭା ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୈଠକ ଅନୁଷ୍ଠିତ 

masiha

Meri Maati Mera Desh program Odia Pua Mr.Ashribad Joined.

masiha

Leave a Comment

error: Content is protected !!