ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଲିଫ କାର୍ଯ୍ୟରେ ଅବହେଳା ପାଇଁ ଧରାକୋଟ ବ୍ଲକ ଯୋଗାଣ ନିରୀକ୍ଷକ ନିଲମ୍ବିତ

ରିଲିଫ କାର୍ଯ୍ୟରେ ଅବହେଳା ପାଇଁ ଧରାକୋଟ ବ୍ଲକ ଯୋଗାଣ ନିରୀକ୍ଷକ ନିଲମ୍ବିତ

ଆସିକା :(୩/୧୧/୨୬) (ଶିବ ଶଙ୍କର ମିଶ୍ର ) ବାତ୍ୟା ଅର୍ଣବ ଜନିତ ପ୍ରଭାବ ରେ ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସମ୍ପ୍ରତି ବନ୍ୟା ଜଳ କମିବା ପରେ ବିପନ୍ନ ଲୋକଙ୍କୁ ରିଲିଫ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସଦର ମହକୁମାରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରିଲିଫ ଯୋଗାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଥିବା ବେଳେ ଏଥିରେ ଅବହେଳା ପ୍ରଦର୍ଶନ ପାଇଁ ଧରାକୋଟ ବ୍ଲକ ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ ଙ୍କୁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି। ସମ୍ପ୍ରତି ବୁଗୁଡ଼ା ବ୍ଳକ ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରାଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

Related posts

ଟ୍ରକ ଦୁର୍ଘଟଣାରେ ଵୃଦ୍ଧଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ

Sunil Chandra Nayak

ଜାତୀୟ ଜୁନିଅର ଫିଲୋସିପ୍ ପାଇଁ ଭରତ ମନୋନୀତ

masiha

ମୟୂରଭଞ୍ଜର ମୌଳିକ ସମସ୍ୟା ସମାଧାନ ଦାବିରେ ଭଞ୍ଜସେନାର ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!