ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବିଦ୍ୟାଳୟର ଛାତରୁ ଖସୁଛି କଂକ୍ରିଟ 

ସରକାରୀ ବିଦ୍ୟାଳୟର ଛାତରୁ ଖସୁଛି କଂକ୍ରିଟ 

ରାଇରଙ୍ଗପୁର – ତା.୦୫/୧୧ ; ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ, ଖଲାଡ଼ି ପଂଚାୟତ ଅନ୍ତର୍ଗତ ବେଗୁନିଆଡ଼ିହା ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ଖଣ୍ଡଖଣ୍ଡ କଂକ୍ରିଟ ଖସିଯିବା ଫଳରେ ଶ୍ରେଣୀଗୃହଟି ଅସୁରକ୍ଷିତ ଅବସ୍ଥାରେ ରହିଛି । ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବା ବେଳେ ଛାତଘରଟିର ଏପରି ଅବସ୍ଥା ବିଦ୍ୟାଳୟ ପାଇଁ ନାହିଁନଥିବା ଅସୁବିଧାକୁ ଡ଼ାକି ଆଣିଛି । ସେହିପରି ବିଦ୍ୟାଳୟର ପାଇଖାନା ବ୍ୟବହାର ହୋଇପାରୁନଥିବାର ଜଣାଯାଇଛି । ପିଲାଙ୍କ ଖେଳାଖେଳି ପାଇଁ ସରଞ୍ଜାମ ନଥିବା ସାଙ୍ଗକୁ ଚାରିପାଖକୁ ପାଚେରି ନାହିଁ । ଆଜି ନଭେମ୍ବର ୫ ତାରିଖ ଗୁରୁବାର ଦିନ ଲୋକ ସଂଗଠନ ଜନଜାଗୃତି ମଂଚ ତରଫରୁ ଏହି ବିଦ୍ୟାଳୟରେ ‘ପ୍ରତିବନ୍ଧକରୁ ପରିବର୍ତନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏଠାରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରି ଓ ଛାତ୍ର ଛାତ୍ରୀ ମାନେ ମିଳିତ ଭାବରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସିଆରସିସି ଶାନ୍ତନୁ କୁମାର ଦାଶ ମଧ୍ୟ ଉପସ୍ଥିତ ଥିଲେ । ମଂଚର ଜନସାଥି ରବିନ୍ଦ୍ର ଓ ଉର୍ମି ଲିଡ଼ର ସସ୍ମିତା ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାର ନେତୃତ୍ୱ ନେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ଯୋଗଦାନ 

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

Sunil Chandra Nayak

ବୈଦିକ ବ୍ରାହ୍ମଣ ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!