ଧନତେରସ ଓ ଦୀପାବଳି ଉପଲକ୍ଷେ ସୁନା ଓ ରୂପା ଗହଣାରେ ଶ୍ରୀ ରତ୍ନ ଅଳଙ୍କାର ତରଫରୁ ଆକର୍ଷଣୀୟ ଅଫର୍
ପବିତ୍ର ଧନତେରସ ଓ ଦୀପାବଳିର ଶୁଭ ଅବସରରେ ସମସ୍ତ ଢେଙ୍କାନାଳବାସୀ ତଥା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ପାର୍ବଣର ଏହି ଖୁସିକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରୀ ରତ୍ନ ଅଳଙ୍କାର ଢେ଼ଙ୍କାନାଳ ତରଫରୁ ଆପଣଙ୍କ ପାଇଁ ରହିଛି ସୁନା ଓ ରୂପା ଗହଣାର ଆକର୍ଷଣୀୟ ସମ୍ଭାର ସହ ସ୍ୱତନ୍ତ୍ର ଅଫର୍।ଏଠାରେ ଉପଲବ୍ଧ ରହିଛି ମନଲୋଭା ଡିଜାଇନ୍ର ବିଭିନ୍ନ ପ୍ରକାର ସୁନା ଗହଣା ରୂପା। ଆପଣଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଛୋଟରୁ ବଡ଼ ସବୁ ପ୍ରକାର ଗହଣାର ରହିଛି ବ୍ୟାପକ ସମ୍ଭାର।
ବିଶେଷ ଆକର୍ଷଣ ହେଉଛି ରୂପା ଗହଣା ସୁନା ଗହଣାର ମେକିଂ ଚାର୍ଜ ଫ୍ଲାଟ୍ ୮୯୯ ଟଙ୍କା।
ବର୍ତ୍ତମାନ ସୁନା ଦରରେ ସଂଶୋଧନ ଆସିଥିବାରୁ ଏହାକୁ ଗହଣା କିଣିବାର ଏକ ଭଲ ସୁଯୋଗ ଭାବେ ନେଇପାରିବେ ଗ୍ରାହକ।ତେଣୁ ଆଉ ଡେରି କାହିଁକି? ଆଜି ହିଁ ପରିଦର୍ଶନ କରନ୍ତୁ ରତ୍ନ ଅଳଙ୍କାର ମିନା ବଜାର,ଢେ଼ଙ୍କାନାଳ ଓ ଶ୍ରୀ ରତ୍ନ ଅଳଙ୍କାର ଜେସ ମାର୍କେଟ କମ୍ପ୍ଲେକ୍ସ ଲକ୍ଷ୍ମୀ ବଜାର ,ଢେ଼ଙ୍କାନାଳ ଆପଣଙ୍କ ପସନ୍ଦର ଗହଣା ପ୍ରତିଷ୍ଠାନ ଏବଂ ମନପସନ୍ଦର ଡିଜାଇନ୍ ସହ ପାଳନ କରନ୍ତୁ ଏହି ପାର୍ବଣକୁ ଆହୁରି ଖାସ୍। ଶ୍ରୀ ରତ୍ନ ଅଳଙ୍କାର ପ୍ରୋପାଇଟର ପ୍ରମୋଦ ମହାପାତ୍ର ପ୍ରକାଶ କରିଛନ୍ତି।
କ୍ଷେତ ବଂଚାଅ ଅଭିଯାନ , ଢେଙ୍କାନାଳରେ ଜଳବାୟୁ ପରିବର୍ତନ ସହନଶୀଳ ଧାନ ଉତ୍ପାଦନ ଓ ମାଟି ପୁନରୁଦ୍ଧାର
ଢେଙ୍କାନାଳ, ୬/୧୧ : ଅଧୁକା ପରିମାଣର ରାସାୟନିକ ସାର ଓ ରାସାୟନିକ ଔଷଧ ମୃତିକାର ସାସ୍ଥ୍ୟ ଖରାପ କରୁଛି। ସେଥୁରୁ ରକ୍ଷା ପାଇବା ପାଇଁ ଢେଙ୍କାନାଳ ଜିଲ୍ଲାର ମୂଳିସିଂହୀ ଗ୍ରାମ, ସିମିନଈ ପଂଚାୟତ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଇ.ସି.ଏ.ଆର୍. କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯୫ ଜଣ ଚାଷୀ ଭାଇ ଓ ଭଉଣୀ ଭାଗ ନେଇଥିଲେ । ଏଥିରେ ସି.ଆର୍.ଆର୍.ଆଇର ଡଃ ସୁଶାନ୍ତ କୁମାର ଦାଶ, ଡଃ ସୁଧାମୟ ମଣ୍ଡଳ, ଡଃ କ୍ରିଷ୍ଟେନ୍ଦୁ ଚଟ୍ଟୋପାଧ୍ୟାୟ ପ୍ରଧାନ ବୈଜ୍ଞାନିକ ଏବଂ ଡଃ. ରେଶମୀ ରାଜ କେ.ଆର୍. ବୈଜ୍ଞାନିକ, ନକୁଳ ବାରିକ୍, ବୈଷୟିକ ଅଧିକାରୀ ଓ ଚାଷୀ ନେତା ପ୍ରହଲ୍ଲାଦ ସାହୁ ପ୍ରମୁଖ ଭାଗ ନେଇ ସନ୍ତୁଳିତ ରାସାୟନିକ ସାରର ବ୍ୟବହାର ଉପରେ ଆଲୋକପାତ କରିଥିଲେ । ରାସାୟନିକ ସାରର ବ୍ୟବହାର କମ୍ କରିବା ପାଇଁ ବିଭିନ୍ନ ଜୈବ ସାର ତଥା ଧଣିଚା, ଆବୋଲା, ନୀଳପୁରିତ୍ ଶୈବାଳ, ଏଣ୍ଡୋ-ଏନ୍, ଏଣ୍ଡୋ-ଏନ୍.ପି.କେ, ଟ୍ରାଇକୋଡରମା ଇତ୍ୟାଦିର ଉପଯୋଗର ମହତ୍ଵ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏତଦ୍ବ୍ୟତୀତ ଆଜିର ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ଅନୁକୂଳ ଧାନ ଯଥା- ମରୁଡି, ଆକସ୍ମିକ ବନ୍ୟା, ଜଳବନ୍ଦୀ ତତା ଲବଣାକ୍ତତା ସହନଶୀଳ ଧାନ କିସମ ଏବଂ ତା’ର ଉପକାରିତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଜୈବସାରର ବ୍ୟବହାର ଉପରେ ଚାଷୀମାନେ ବିଭିନ୍ନ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଭାଗ ନେଇ ଆଗାମୀ ଦିନରେ ଏହାର ବ୍ୟବହାର କରି ନିଜ ଜମିରେ ରାସାୟନିକ ସାର ଔଷଧ ବ୍ୟବହାର କମ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଜମ୍ବେଶ୍ବର ପୃଷ୍ଟିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା
ଢେଙ୍କାନାଳ, ୬/୧୧: ଢେଙ୍କାନାଳ ଷ୍ଟେସନ୍ ବଜାରସ୍ତୁ ରାମ୍ଜୀ ମଣ୍ଡପରେ ବିଶିଷ୍ଟ ଶିକ୍ଷକ ନେତା ବିପ୍ରବର ସାହୁଙ୍କ ସଭାପତିତ୍ୱରେ ଜମ୍ବେଶ୍ବର ପୃଷ୍ଟିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଆୟୋଜକ ଭାବରେ ବିଶିଷ୍ଟ ସଂଗ୍ରାମୀ ରବି ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର, ସଂଗଠକ ସମାଜସେବୀ ସରୋଜ ଶତପଥୀ, ସର୍ବଜ୍ଞ ସାହୁ, ଶ୍ରୀନିବାସ ସାହୁ, ଶିକ୍ଷକ ନେତା ତପନ କୁମାର ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଦୀପକ ପୃଷ୍ଟି ଉପସ୍ଥିତ ଥିଲେ । ସମସ୍ତ ବକ୍ତା ସର୍ଗତ ପୃଷ୍ଟିଙ୍କ ଜୀବନୀ ଉପରେ ସବିଶେଷ ଆଲୋଚନା କରିଥିଲେ । ଶ୍ରୀ ପୃଷ୍ଟି ଅତୀତରେ ନିଷ୍ଫଳ ଭାରତ ଶିକ୍ଷକ ମହାସଂଘର ଉପ-ସଭାପତି, ରାଜ୍ୟ ଶିକ୍ଷକ ମହାସଂଘ ଉପସଭାପତି, ଓଷ୍ଟାର କୋଷାଧ୍ଯକ୍ଷ, ଢେଙ୍କାନାଳ ଜିଲ୍ଲା ଶିକ୍ଷକ ସଂଘ ଓଷ୍ଠାର ସଭାପତି, ଭାରତୀୟ କ୍ଷେତ ମଜଦୁର ୟୁନିୟନ୍, ଆଇ.ଟି.ୟୁସି.ର ନିର୍ମାଣ ସଂଘର ସଭାପତି ଭାବରେ ରହି ସମାଜର ବହୁ କ୍ଷେତ୍ରରେ ସମସ୍ତ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ତାଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ଶିକ୍ଷକମାନେ ସରକାରୀ ଭାବରେ ଘୋଷିତ ହୋଇ ସରକାରଙ୍କ ଠାରୁ ସିଧାସଳକ ବେତନ ପାଇପାରିଥିଲେ । ନିର୍ମାଣ ଶ୍ରମିକ ସଂଘର ନେତୃତ୍ୱ ନେଇ ଜିଲ୍ଲାରେ ପ୍ରଥମ ଭାବରେ ନେତୃତ୍ୱ ନେଇ ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ପାଇଁ ଆନ୍ଦୋଳନ କରି ସଫଳ ହୋଇଥିଲେ । ଏଣୁ ଆଜି ଶିକ୍ଷକ ସମାଜ ତାଙ୍କ ପାଖରେ ଚିର ଋଣୀ । ଖଟିଖିଆ, ମଜୁରିଆ, ଶ୍ରମିକମାନଙ୍କର ସେ ଆଶା, ଭରଷାର ସାଥୀ ଥିଲେ । ସର୍ବଶେଷରେ ଢେଙ୍କାନାଳ ଜିଲ୍ଲା ମେହେନ୍ତର ସଂଘର ବାବୁଲି ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

