ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ 

ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ 

ରାଉରକେଲା: ସେକ୍ଟର ୧୯ ସ୍ଥିତ ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭ ତାରିଖ ଦିନ ଘଟସ୍ଥାପନ, ସୂର୍ଯ୍ୟପୂଜା, ଘଟ ମଣ୍ଡଳାଦୀ ପୂଜା, ଉପଚାର ପୂଜା,ଚଣ୍ଡିପାଠ, ସହସ୍ରନାମ ଆହୁତି, ଆରତୀ, ପୁଷ୍ପାଞ୍ଜଳି ଓ ୮ ତାରିଖ ଦିନ ଘଟ ନିମଜ୍ଜନ,ବଳୀଦାନ,ଦୀପୋତ୍ସର୍ଗ, ଆରତୀ, ପୁଷ୍ପାଞ୍ଜଳି ସହ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ପୂଜକ ଭାବେ କାଶିନାଥ ପାଢ଼ୀ, କର୍ତ୍ତା ଭାବେ ପ୍ରମୋଦ ବିଶୋଇ ଓ ମିନି ବିଶୋଇ ଦାୟିତ୍ଵ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଅମର ସାହାଣୀ, ଉପସଭାପତି ପ୍ରଶାନ୍ତ କୁମାର ପାଢ଼ୀ, ସରୋଜ ସାହୁ, ରଞ୍ଜନ କୁମାର ପୃଷ୍ଟି, ଅକ୍ଷୟ ଧଳ, କୃଷ୍ଣ ସେଠୀ, ନିହାର ଦାସ, ଅକ୍ଷୟ ରାଉତ, ଅଶୋକ ରାଉତ, ଏନ୍ କେ ବିଶ୍ବାଳ,ଏ କେ ପାଲ, ଏନ୍ ମହାରଣା, ଗୋପାଳ ମହାନ୍ତି, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

masiha

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!