ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି  ମଦବନ୍ଦ ରାଲି କେବଳ ପ୍ରହସନ : ମୀନତି

ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି 
ମଦବନ୍ଦ ରାଲି କେବଳ ପ୍ରହସନ : ମୀନତି

ରାଉରକେଲା: ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ସମାଜସେବୀ ମୀନତି ଦେବତା, ସାଂସଦ ଦିଲ୍ଲିପ ରାୟ ଙ୍କ ପ୍ରତିନିଧି ସନ୍ତୋଷ କୁମାର ବିଶ୍ବାଳ, ରଞ୍ଜିତ ନାୟକ ଓ ବିରେନ୍ ପତି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ମେଫେୟାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀମତୀ ଦେବତା,ଶ୍ରୀ ବିଶ୍ବାଳ ପ୍ରମୁଖ କହିଲେ ଯେ ଏହି ଦେଶୀ ମଦ ନିଲାମ ପ୍ରକ୍ରିୟା ଗତ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ରାଉରକେଲା ବିଧାୟକ ଏନେଇ ପାଟି ଫିଟାଇନଥିଲେ। ଏବେ ଯେତେବେଳେ ଆମେ ଏହି ପ୍ରକ୍ରିୟା କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଏଥିରେ କାଳେ ଅନ୍ୟ କେହି ବାହାବା ନେଇଯିବ ସେଥିପାଇଁ ବିଧାୟକ ଏଭଳି ରାଲି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଭଳି ପ୍ରହସନ କୁ ଜନସାଧାରଣ ଜାଣି ସାରିଲେଣି। ଅନ୍ୟପଟେ ପୁଲିସ ମୁଖ୍ୟ ଡିଜି ନିଶାମୁକ୍ତ ରାଜ୍ୟ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ରାଉରକେଲା ବିଧାୟକଙ୍କ ଏଭଳି କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି ଉପରୋକ୍ତ ନେତା ମାନେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ସ୍ତତନ୍ତ୍ର ଉପକରଣ ଶିବିର ବଣ୍ଟନ

Sunil Chandra Nayak

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

Leave a Comment

error: Content is protected !!