ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ମାନବିକତା ଦେଖାଇଲେ…

ରକ୍ତ ହୀନତା  ମହିଳା ଙ୍କୁ ରକ୍ତ ଦେବାକୁ ଚନ୍ଦାହାଣ୍ଡି ରୁ ଆସିଲେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା…

 ରକ୍ତଦାନ ମହାପୁଣ୍ୟ,ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଜଣେ ଶିକ୍ଷକ

ରକ୍ତହୀନତାରେ ଶିକାର ହୋଇଥିବା ଜଣେ ମହିଳା ଙ୍କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମର  ଶିକ୍ଷକ ସନ୍ତରାମ ପାଣ୍ଡେ।ଶିକ୍ଷକଙ୍କ ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

 ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି  ବ୍ଲକ ଅନ୍ତର୍ଗତ ଝରାବାହାଲ ଗ୍ରାମର ଜୟନ୍ତ ଗୋପାଳ ଙ୍କ ପତ୍ନୀ ବାସନ୍ତୀ ଗୋପାଳ(୩୪) ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ   ଭର୍ତ୍ତି ହୋଇଛନ୍ତି। ବାସନ୍ତୀଙ୍କ ଶରୀରରେ ହିମୋଗ୍ଲୋବିନ୍‌ ପରିମାଣ ୪ ଥିବା ଜଣା ପଡ଼ିବା ପରେ ରକ୍ତର ଆବଶ୍ୟକତା ଥିବା ଡାକ୍ତର ପରାମର୍ଶ ଦେଇଥିଲେ। ଜୟନ୍ତୀଙ୍କୁ  ଓ-ପଜିଟିଭ୍‌ ରକ୍ତର ଆବଶ୍ୟକ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଖବର ପାଇ ଚନ୍ଦାହାଣ୍ଡି ଅଞ୍ଚଳର ଶିକ୍ଷକ ସନ୍ତରାମ ପାଣ୍ଡେ ନିଜ ବାଇକରେ ପ୍ରବଳକରା କୁ ଖାତିର ନକରି ଚନ୍ଦାହାଣ୍ଡିରୁ ଧର୍ମଗଡ ରକ୍ତଭଣ୍ଡାରରେ ପହଞ୍ଚି ଜୟନ୍ତୀ ଙ୍କୁ  ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ।

ରକ୍ତଦାନ କରି ଜଣେ ମହିଳା ଙ୍କ ଜୀବନ ବଞ୍ଚାଇଥିବାରୁ ଶିକ୍ଷକଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।   ବିପଦ ସମୟରେ ଏଭଳି ରକ୍ତଦାନ କଲେ ଅନେକ ଜୀବନ ବଞ୍ଚି ଯାଇପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଶିକ୍ଷକ ସନ୍ତରାମ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ଶିକ୍ଷା (ଏଜୁ କେସନ୍) ବିଭାଗ ର ସେମିନାର

Sunil Chandra Nayak

Leave a Comment

error: Content is protected !!