ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରେସ ଦିବସ ପାଳିତ: ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସହ ନୈତିକତା ଉପରେ ଗୁରୁତ୍ୱାରୋପ

ଜାତୀୟ ପ୍ରେସ ଦିବସ ପାଳିତ: ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସହ ନୈତିକତା ଉପରେ ଗୁରୁତ୍ୱାରୋପ

କଳାହାଣ୍ଡି: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ଗୁରୁତ୍ୱ ଓ ସାମ୍ବାଦିକତାର ମୂଳ ଆଦର୍ଶକୁ ଗୁରୁତ୍ୱ ଦେଇ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କେସିଙ୍ଗାଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, କେସିଙ୍ଗା ଓ ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସଭାରେ ବକ୍ତାମାନେ ସାମ୍ବାଦିକତାର ସ୍ୱାଧୀନତା, ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସହ ନିରପେକ୍ଷ ଏବଂ ନିର୍ଭୀକ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକତା କେବଳ ଖବର ପ୍ରକାଶନର ମାଧ୍ୟମ ନୁହେଁ, ବରଂ ସମାଜର ସମସ୍ୟା ଓ ସାଧାରଣ ଲୋକଙ୍କ ସ୍ୱରକୁ ଲୋକଲୋଚନକୁ ଆଣିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ଖବରର ସତ୍ୟତା ଯାଞ୍ଚ, ନିରପେକ୍ଷତା ଓ ସାମ୍ବାଦିକତାର ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ଉପରେ ଅତିଥିମାନେ ମତ ରଖିଥିଲେ। ଏଥିସହ ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ କିଛି ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲାର ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ଗଣମାନ୍ୟ ବ୍ୟକ୍ତିଙ୍କ ଯୋଗଦାନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

Sunil Chandra Nayak

ହକ ମାଗି ଜେଲ ଗଲେ ଜମି ମାଲିକ

ଭାରତର ସ୍ବାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!