ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକତାର ମହତ୍ତ୍ବ ଓ ସାମାଜିକ ଦାୟିତ୍ବର ବାର୍ଷା ନେଇ ଘୋଟିଆରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

ସାମ୍ବାଦିକତାର ମହତ୍ତ୍ବ ଓ ସାମାଜିକ ଦାୟିତ୍ବର ବାର୍ଷା ନେଇ ଘୋଟିଆରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

ଗୋଲାମୁଣ୍ଡା:- ସତ୍ୟର ସନ୍ଧାନ, ନିଭୀକତାର ସ୍ବର ଓ ସମାଜ ପରିବର୍ତ୍ତନର ମହାନ ଆହ୍ବାନକୁ ନେଇ ଗଣତନୁର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତାର ଗରିମା ଓ ଗୁରୁତ୍ବକୁ ସ୍ମରଣ କରି ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘ ପକ୍ଷରୁ ଘୋଟିଆସ୍ଥିତ ସମର୍ଥ ଦୃଷ୍ଟିହୀନ ସଂଘ ଗୃହରେ ମହାସମାରୋହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ରାମ କୁମାର ସେନାପତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭାବଗମ୍ଭୀର ଉତ୍ସବରେ କଳାହାଣ୍ଡି ଜିଲ୍ଲା OUWJ ସମ୍ପାଦକ ମନୋଜ କୁମାର ନାଏକ ମୁଖ୍ୟ ଅତିų ଭାବେ ଯୋଗଦେଇଥିବା ବେଳେ ଦୈନିକ ଆଶାର ଜିଲ୍ଲା ପ୍ରତିନିଧୂ କୁଞ୍ଜ ସାହୁ, ଅର୍ଗସର ଜିଲ୍ଲା ପ୍ରତିନିଧୂ ଭାରତ ବିଶି, ଅମୃତ ଦୁନିଆର ଜିଲ୍ଲା ପ୍ରତିନିଧୂ ପ୍ୟାରିଲାଲ ଦୁର୍ଗା, ପ୍ରଭାତୀ ଓଡ଼ିଶାର ଜିଲ୍ଲା ପ୍ରତିନିଧୂ ବିଷ୍ଣୁ ଚରଣ ସ୍ବାଇଁ, ମନ୍ଥନର ରବି ସିଂ, ଡାକ୍ତର ନିମାଇଁ ମହାନ୍ତି, ଖଲିଆକାନି ପଞ୍ଚାୟତର ସରପଞ୍ଚ ପ୍ରତିନିଧ୍ ମୂଷିକ ମଙ୍ଗରାଜ, ଖଲିଆପାଲିର ପୂର୍ବତନ ସରପଞ୍ଚ ଯଶୋବନ୍ଧୁ ଚଲାନ ଓ ଆଗାମୀ ଦିନର ସରପଞ୍ଚ ପ୍ରାର୍ଥୀ ମତିଲାଲ ଚଲାନ ସମ୍ମାନିତ ଅତିଥୁ ଭାବେ ଯୋଗଦେଇଥିଲେ। ଉତ୍କଳ ସମାଜର ପ୍ରତିନିଧୂ ପ୍ରମୋଦ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ

ଜୁନାଗଡ଼ର ଦୈନିକ ଆଶା ପ୍ରତିନିଧୁ ଶରତ ସାହୁ ଏବଂ ସମର୍ଥ ଦୃଷ୍ଟିହୀନ ସଂଘର ସଦସ୍ୟା ଟେଭାଶ୍ରି ମାଝୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମଞ୍ଚାସୀନ ଅତିଥ୍ୟାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯିବା ସହ ସମର୍ଥ ଦୃଷ୍ଟିହୀନ ସଂଘର ସଦସ୍ୟା ଟେଭାଶ୍ରି ମାଝୀଙ୍କୁ ମଧ୍ୟ ଆତ୍ମୀୟ ସମ୍ବଦ୍ଧନା ଜଣାଯାଇଥିଲା। ଏହି ଅବସରରେ ସଭାପତି ରାମ କୁମାର ସେନାପତି ନିଜ ବକ୍ତବ୍ୟରେ ସମସ୍ତ ଅତିଥିଙ୍କୁ ସ୍ବାଗତ ଓ ସମ୍ମାନ ଜଣାଇବା ସହ ଜାତୀୟ ପ୍ରେସ ଦିବସର ମହତ୍ତ୍ବ, ସାମ୍ବାଦିକମାନଙ୍କ କର୍ତ୍ତବ୍ୟ, ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ସମାଜ ପ୍ରତି ସେମାନଙ୍କ ଉତ୍ତରଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଅତିଥିମାନେ ଗୋଲାମୁଣ୍ଡା ବ୍ଲକରେ ଏଭଳି ଏକ ମହତ୍ତ୍ବପୂର୍ଣ୍ଣ ଦିବସ ପାଳନ କରିବା ସହ ସମାଜର ଅବହେଳିତ ଓ ଦୃଷ୍ଟିହୀନ ବର୍ଗଙ୍କୁ ସମ୍ମାନ ଜଣାଇଥିବାରୁ ଜନ ସମ୍ପର୍କ ସାମ୍ବାଦିକ ସଂଘକୁ ସାଧୁବାଦ ଜଣାଇଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ସାଜିଥିଲେ କୁନି କୁନି ଝିଅମାନେ। ସେମାନଙ୍କ ମନଛୁଆଁ ସଙ୍ଗୀତ ପରିବେଷଣ ଓ ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କ ମନ ମୋହିଥ‌ିବା ବେଳେ ସେମାନଙ୍କ ପ୍ରତିଭାରେ ମୁଗ୍ଧ ହୋଇ OUWJ ସମ୍ପାଦକ ମନୋଜ କୁମାର ନାଏକ ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ପ୍ରମୋଦ କୁମାର ପଣ୍ଡା ନିଜ ବକ୍ତବ୍ୟରେ ଜାତୀୟ ପ୍ରେସ ଦିବସର ଗୁରୁତ୍ବ ଉପରେ ମତବ୍ୟକ୍ତ କରିବା ସହ ସଂଘର ଉପସଭାପତି ପୀତାମ୍ବର ବେହେରା, ସାଧାରଣ ସମ୍ପାଦକ ସରୋଜ କୁମାର ମୁଣ୍ଡ, ସହସମ୍ପାଦକ କପୁର ଚନ୍ଦ୍ର ସେଠିଆ, କୋଷାଧ୍ୟକ୍ଷ ଡମ୍ବରୁଧର ଜାଲ ଓ କୁନା ନାଏକଙ୍କୁ ଏହି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ସହଯୋଗ ଓ ଉତ୍ସାହ ମଧ୍ୟରେ ସଭା ସମାପନ ହୋଇଥିଲା। ସାମ୍ବାଦିକତାର ସତ୍ୟ, ନିଷ୍ଠା ଓ ନିଭୀକତା ସହ ମାନବିକତା ଓ ସାମାଜିକ ସମ୍ବେଦନଶୀଳତାର ସୁନ୍ଦର ସମନ୍ବୟ ଏହି ଉତ୍ସବକୁ ସ୍ମରଣୀୟ କରିଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନିଶାମୁକ୍ତ ଓଡ଼ିଶା ସହ ସାଇବର ସଚେତନତା ଅଭିଯାନ

Sunil Chandra Nayak

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ

Sunil Chandra Nayak

ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!