ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବିଦ୍ଯୁତ୍ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଜୀବନ

ବାଲେଶ୍ବର,୨୩/୫/୨୨- ବିଦ୍ଯୁତ୍ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଦୁଇଟି ଜୀବନ । ଏପରି ଏକ ଦୁର୍ଘଟଣା ଘଟିଯାଇଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତ ତା ୨୧/୫/୨୨ ରିଖ ରାତିରେ ବର୍ଷା ସହିତ ଝଡତୋଫାନ ହୋଇଥିଲା । ଏହି ଝଡତୋଫାନରେ ତେନ୍ତୁଳିମାଳ ଓ ସିଙ୍ଗାଡପୁର ମଝିରେ ଦୀର୍ଘ ଦିନ ହେବ ଝୁଲି ରହିଥିବା ୧୧ କେଭି ବିଦ୍ଯୁତ୍ ତାର ଟି ଛିଣ୍ଡି ପଡିଥିଲା । ପରଦିନ ଅର୍ଥାତ୍ ତା ୨୨/୫/୨୨ ରିଖ ସକାଳେ ଗୋରୁଗାଈ ବିଲକୁ ଚରିବାକୁ ଯାଇଥିଲା ବେଳେ ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଗାଈ ଓ ଗୋଟିଏ କୁକୁର ମରି ପଡି ଥିବାର ଖବର ପ୍ରସାରଣ ହେବା ପରେ ଘଟଣା ସ୍ଥଳକୁ ଗ୍ରାମଲୋକ ଦୌଡ଼ିଥିଲେ । ଖବରପାଇ ବିଦ୍ଯୁତ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ବିଦ୍ଯୁତ୍ ବିଭାଗର ଏପରି ଅବହେଳା ଯୋଗୁଁ ଏହି ଅଞ୍ଚଳ କାହିଁକି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବାରମ୍ବାର ଏପରି ଘଟୁଛି । ସେହି ରାସ୍ତା ଦେଇ ସ୍କୁଲ ପିଲାମାନେ ଯିବାଆସିବା କରନ୍ତି ହେଲେ ରବିବାର ଥିବାରୁ ପିଲାମାନେ ଏଭଳି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ମହୁଲଗଡିଆ ତେନ୍ତୁଳିମାଳ ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ଗାଈ ମରିଥିବାରୁ କ୍ଷତିପୂରଣ ରାଶି ଶ୍ରୀ ରାଉତଙ୍କୁ ବିଦ୍ଯୁତ୍ ବିଭାଗ ପ୍ରଦାନ କରୁ ବୋଲି ସର୍ବସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉକି ଝୁଲି ରହିଥିବା ବିଦ୍ଯୁତ୍ ତାର ପ୍ରତି ବିଭାଗ ଯଦି ଦୃଷ୍ଟି ଦେଇଥାନ୍ତା ହୁଏତ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଆଗାମୀ ଦିନରେ ଏଭଳି ଅବହେଳା ପାଇଁ ବିଭାଗ ସତର୍କ ରହୁ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।

      ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

Sunil Chandra Nayak

ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ

Sunil Chandra Nayak

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତତଫରୁ ସୁନିଲ ମଙ୍ଗରାଜ ଙ୍କ ଜନ୍ମ ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!