ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୂର୍ଣ୍ଣିଝଡ଼ ‘ଆକଭାନ’ ପ୍ରଭାବ: କନ୍ଧମାଳରେ ୩ ଦିନ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ,: ଏସ୍‌ଆର୍‌ସିଙ୍କ ସତର୍କତାମୂଳକ ପଦକ୍ଷେପ

ଘୂର୍ଣ୍ଣିଝଡ଼ ‘ଆକଭାନ’ ପ୍ରଭାବ: କନ୍ଧମାଳରେ ୩ ଦିନ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ,: ଏସ୍‌ଆର୍‌ସିଙ୍କ ସତର୍କତାମୂଳକ ପଦକ୍ଷେପ

କନ୍ଧମାଳ, ୧୮/୧୧:(ମନିସ): ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ‘ଆକଭାନ’କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୮ ତାରିଖରେ ଚିଠି ନଂ. ୬୯୭୬/ଆର୍‌ ଆଣ୍ଡ୍‌ ଡିଏମ୍‌ (ଡିଏମ୍‌) ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଆସନ୍ତା ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବନ୍ଦ ରହିବ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ୍ରଛାତ୍ରୀ ଓ କୋମଳମତି ଶିଶୁମାନଙ୍କ ଯାତାୟାତ ଏବଂ ସୁରକ୍ଷାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ଅନ୍ୟ ପକ୍ଷରେ, ଜିଲ୍ଲାର ପାଣିପାଗ ଓ ସ୍ଥାନୀୟ ପରିସ୍ଥିତି ଉପରେ ଜିଲ୍ଲାପାଳମାନେ ନିରନ୍ତର ନଜର ରଖିବେ। ଆବଶ୍ୟକ ପଡ଼ିଲେ ନଭେମ୍ବର ୨୧ ପରେ ମଧ୍ୟ ଛୁଟି ଅବଧି ବୃଦ୍ଧି କରିବା ନେଇ ଜିଲ୍ଲାପାଳ ଉପଯୁକ୍ତ ନିଷ୍ପତ୍ତି ନେଇ ପାରିବେ। ଏଥିସହ ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବା କିମ୍ବା ବନ୍ଦ ରଖିବା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଥିବା ବେଳେ ସାଧାରଣ ଲୋକେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସାବିତ୍ରୀ ନାଏକ ନିଖୋଜ: ଖୋଜରେ ଅଛନ୍ତି ସମାଜିକ ସହଯୋଗ ବସନ୍ତପୁର ପଞ୍ଚାୟତ, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ

Sunil Chandra Nayak

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

Sunil Chandra Nayak

ଯୁନାଇଟେଡ଼ ଚୋରଚେସ୍ ଅଫ ନବରଙ୍ଗପୁର ଡିଷ୍ଟିକ ତରଫରୁ ବିଶାଳ ରାଲି

Sunil Chandra Nayak

Leave a Comment

error: Content is protected !!