ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର 58ତମ ବାର୍ଷିକ କ୍ରିଡା ଉତ୍ସବ ପାଳିତ

ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର 58ତମ ବାର୍ଷିକ କ୍ରିଡା ଉତ୍ସବ ପାଳିତ

ଗତ ତା-17 ଓ 18 ନଭେମ୍ବର ଦିନ ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣାର ଦୁଇ ଦିନିଆ କ୍ରୀଡା ଉତ୍ସବ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଖେଳପଡ଼ିଆ ଠାରେ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି। ଏହାର ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, କଳାହାଣ୍ଡି ଶ୍ରୀଯୁକ୍ତ ତପିମଣୀ ଜାନୀ ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଯୋଗଗୁରୁ ଶ୍ରୀଯୁକ୍ତ ଦଧିଚନ୍ଦ୍ର ସାହୁ ଯୋଗ ଦେଇ ପତାକା ଉତ୍ତୋଳନ ଓ ମଶାଲ ପ୍ରଜ୍ଜଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ, ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଓ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର  କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ନିଜ ଅଭିଭାଷଣରେ ବିଜୟ ଅପେକ୍ଷା ଅଂଶ ଗ୍ରହଣ, ନିଷ୍ଠା ଓ ଖେଳୁଆଡ ମନୋଭାବର ମହତ୍ତ୍ୱ ଉପରେ ଗୁରୁତ୍ଵାରୋପ କରିଥିଲେ ।  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ପ୍ରେରଣା ଓ ଦିଗ୍ ଦର୍ଶନ ସମଗ୍ର ଆୟୋଜନକୁ ଏକ ସୁନ୍ଦର ରୂପ ପ୍ରଦାନ କରିଥିଲା । ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଆଚାରୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାଜୁ କୁମାର ସାହୁ । କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ରଥଙ୍କ ନିଷ୍ଠାପର ଉଦ୍ୟମରେ ସମସ୍ତ କ୍ରୀଡା ପ୍ରତିଯୋଗିତା ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯଥା ଦିଲ୍ଲୀପ ଦାଶ, ସୁଦେଷ୍ଣା ନାୟକ , ମିନତୀ ଦାଶ, ସସ୍ମିତା ପ୍ରଧାନ, ହୃଦୟରଞ୍ଜନ ଜଗଦଲା, ସ୍ବପ୍ନା ପ୍ରଧାନ, ଆନନ୍ଦିନୀ ଠାକୁର , ସୁଦୀପ୍ତା ଦାଶ, ପ୍ରଗତି ସେଠ, ଜଗମୋହନ ବିଶ୍ଵାଳ, ଆଶୁତୋଷ ଦୁବେ, ଉଦିତ ସିଂ, ଗୀତାଞ୍ଜଳି ନାଏକ, ସୋଫିକା ପ୍ରଧାନ, ଶୁଭଶ୍ରୀ ମହାନ୍ତି, ଆକାଂକ୍ଷା ସାହୁ , ଆଲୋକିତା ପାତ୍ର, ଦୀପ୍ତି ନାୟକ , ଲୋକନାଥ ନାଏକ,ପୁଷ୍ପାଞ୍ଜଳୀ ବେହେରା, ଧବଳେ ସିଂ , ସଞ୍ଜିବ ଗଉଡ, ସତ୍ୟ ଗଉଡ ଏବଂ ନରେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି: ଜଳମଗ୍ନ ଗୋଲାମୁଣ୍ଡା ବ୍ଲକ ଓ ଜୁନାଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ଜଳ ମଗ୍ନ

Sunil Chandra Nayak

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

masiha

ଶ୍ରୀ ଅନ୍ନ ଅଭିଯାନ ତରଫରୁ ମିଲେଟ୍ସ ଖାଦ୍ୟମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!