ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲେଜ ହଷ୍ଟେଲରେ ବିଦ୍ୟୁତ୍ ଆଘାତରେ ଗୁରୁତର ଛାତ୍ର, ବୁର୍ଲା ସ୍ଥାନାନ୍ତର

କଲେଜ ହଷ୍ଟେଲରେ ବିଦ୍ୟୁତ୍ ଆଘାତରେ ଗୁରୁତର ଛାତ୍ର, ବୁର୍ଲା ସ୍ଥାନାନ୍ତର

କଲେଜର ଭିତ୍ତିଭୂମିକୁ ନେଇ ପରିବାରର ଅଭିଯୋଗ

ଖଡ଼ିଆଳ, (ସୁଜିତ କୁମାର ପ୍ରଧାନ ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନ ମାଝିଙ୍କ ପୁଅ ଅଭିମନ୍ୟୁ ମାଝି (୧୬) ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇପଡ଼ିଛନ୍ତି। ଗତ ୨୧ ତାରିଖ ନଭେମ୍ବରରେ ଖଡ଼ିଆଳ ସ୍ଥିତ ପରୀକ୍ଷିତ ଟାଇଗର କଲେଜର ହଷ୍ଟେଲରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନୂଆପଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଉନ୍ନତ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଅଭିମନ୍ୟୁ ଜବାହର ନବୋଦୟ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ପରୀକ୍ଷିତ ଟାଇଗର କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ। ପାଠପଢ଼ାରେ ମେଧାବୀ ହେବା ସହ ଶାନ୍ତ, ସରଳ ଓ ଭଦ୍ର ସ୍ୱଭାବର ଛାତ୍ର ଭାବେ ସେ ପରିଚିତ ଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିବା ଏବଂ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନଥିବା ପରିବାର ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ କଲେଜର ଭିତ୍ତିଭୂମି ଓ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ ଏଭଳି ଅଘଟଣ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ଘଟଣା ପ୍ରଶ୍ନ ଉଠାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ କଲେଜର ବିଦ୍ୟୁତ୍ ସୁରକ୍ଷା ଓ ଭିତ୍ତିଭୂମି ଯାଞ୍ଚ କରିବାକୁ ଦାବି ହେଉଛି।

Related posts

ଝରୀଗାଁ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ

masiha

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

masiha

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ରେ ପ୍ରଶାସନ ର ଅଜବ ନୀତି ଦେଖିବାକୁ ମିଳୁଛି

masiha

Leave a Comment

error: Content is protected !!