ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ବ୍ଲକରେ ବାତ୍ୟା ଅକଭାନ ଲପ୍ରଭାବ ପଡିଛି ତ୍ରିଲୋଚନପୁର ପଞ୍ଚାୟତରେ 

ଲାଞ୍ଜିଗଡ ବ୍ଲକରେ ବାତ୍ୟା ଅକଭାନ ପ୍ରଭାବ ପଡିଛି ତ୍ରିଲୋଚନପୁର ପଞ୍ଚାୟତରେ 

କଳାହାଣ୍ଡି,୨୦/୧୧ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ନିୟମଗିରି ପାଦ ଦେଶରେ ଥିବା ପାଲବେରୀ ଗ୍ରାମରେ ବାତ୍ୟା ଅକଭାନ ଯୋଗୁଁ ପ୍ରବଳ ମାତ୍ରା ବର୍ଷା ଓ ପବନରେ ପ୍ରଭାବିତ ହୋଇଛି I ଏହି ଖବର ପାଇ ଯଥାଶୀଘ୍ର ଲାଞ୍ଜିଗଡ ଗୋଷ୍ଠୀ ଉନୟନ ଅଧିକାରୀ ଶଶIଙ୍କ ପାତ୍ର ଗତକାଲି ଗୁରୁବାର ଦିନ ସକାଳୁ ସେହି ଗ୍ରାମରୁ କିଛି ଲୋକଙ୍କ ଶୋଚନୀୟ ଅବସ୍ଥା ଦେଖି ତ୍ରିଲୋଚନପୁର ପଞ୍ଚାୟତର ସରପଞ୍ଚ ଓ ପି.ଇ.ଓ ଙ୍କ ବିଡ଼ିଓ ଶ୍ରୀ ପାତ୍ର ତୁରନ୍ତ ନିର୍ଦେଶ ଦେଇଥିଲେ ସେହି ପାଲବେରୀ ଗ୍ରାମର ଲୋକଙ୍କୁ ଆଣି ସୁରକ୍ଷିତ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରଖିବା ପାଇଁ I ତାପରେ ତତ୍ପର ହୋଇ ସରପଞ୍ଚ ଓ ପି.ଇ.ଓ ସେହି ଗ୍ରାମର ପୁରୁଷ ୨୨ ଜଣ,ମହିଳା ୨୬ ଜଣ, ଶିଶୁ ୧୬ ଜଣ,ବୃଦ୍ଧବସ୍ଥା ପୁରୁଷ ଓ ମହିଳା ୨୩ ଜଣ,ଗର୍ଭବତୀ ମହିଳା ୦୨ ଜଣକୁ ଆଣି ତ୍ରିଲୋଚନପୁର ପଞ୍ଚାୟତ ର କମ୍ୟୁନିଟି ଆଶ୍ରୟସ୍ଥଳୀକୁ ୮୯ ଜଣଙ୍କୁ ଆଣି ସୁରକ୍ଷିତ ଭାବେ ରଖି ଖାଦ୍ୟ ପେଅ ଦେଇ ରଖିଥିଲେ I ଏହି ସମସ୍ତ କଥା ଦିନ ସାରା ବୁଝିଥିଲେ ଶ୍ରୀ ପାତ୍ର ଆଜି ଶୁକ୍ରବାର ସକାଳୁ ସକାଳୁ ଯାଇ ତ୍ରିଲୋଚନପୁର ପଞ୍ଚାୟତରେ କମ୍ୟୁନିଟି ଆଶ୍ରୟସ୍ଥଳୀରେ ପହଞ୍ଚି ଯାଇଥିଲେ I ସେଠାରେ ପହଞ୍ଚି ଆଶ୍ରୟସ୍ଥଳୀରେ ଥିବା ପ୍ରତେକ ବ୍ୟକ୍ତିଙ୍କୁ ତାଙ୍କର ଭଲ-ମନ୍ଦ ପଚାରି ବୁଝିଥିଲେ I ସେହି ଆଶ୍ରୟସ୍ଥଳୀରେ ଥିବା ସମସ୍ତ ବ୍ୟକ୍ତି ଓ ତ୍ରିଲୋଚନପୁର ପଞ୍ଚାୟତର ଜନସାଧାରଣ ଵି.ଡି.ଓ ଶ୍ରୀ ପାତ୍ରଙ୍କ ଭୁରି-ଭୁରି ପ୍ରଶଂସା କରିଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

Sunil Chandra Nayak

Leave a Comment

error: Content is protected !!