ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଓ ସମୟସୀମା ମଧ୍ୟରେ ସମାପ୍ତି ଉପରେ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

ଜିଲ୍ଲାପାଳ ବିଭିନ୍ନ ବିଭାଗର ପ୍ରକଳ୍ପଗୁଡ଼ିକର ଯୋଜନାଭିତ୍ତିକ ସମୀକ୍ଷା କରି ପ୍ରକଳ୍ପର ସମ୍ଭାବ୍ୟତା, ବର୍ତ୍ତମାନର ସ୍ଥିତି, କାର୍ଯ୍ୟର ଅଗ୍ରଗତି ଓ ଏହା ଜନସାଧାରଣଙ୍କୁ କିପରି ଉପକୃତ କରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। 

କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଘୋଷିତ ବିଭିନ୍ନ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଚାଲୁଥିବା ଓ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ପାଇଁ ଅଧିକ ଗୁରୁତ୍ୱ ବହନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଟେଣ୍ଡର ପ୍ରକ୍ରିୟା ଶୀଘ୍ର ସମାପ୍ତ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ଏବଂ ସମସ୍ତ ପ୍ରକଳ୍ପ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ରାସ୍ତା ଓ କୋଠାବାଡ଼ି ବିଭାଗ, ଖଡ଼ିଆଳ ଡିଭିଜନ ଅଧୀନରେ ଚାଲୁଥିବା ବିଭିନ୍ନ ସଡ଼କ ପ୍ରକଳ୍ପର ସ୍ଥିତି, ଅଗ୍ରଗତି ଓ ଜମି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଠାରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ DPR ଯାଞ୍ଚ ପ୍ରକ୍ରିୟା ଚାଲିଥିବା ଏବଂ ଗୋମତା ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ହୋମିଓପାଥିକ ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୮ ଏକର ଜମି ଆବଣ୍ଟନ କରାଯାଇଥିବା ସମ୍ପର୍କରେ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବିଜୁ ସେତୁ, PMGSY, ଟ୍ରିପ୍ ରୋଡ, ରାଜସ୍ୱ ବିଭାଗର କାର୍ଯ୍ୟାଳୟ ଭବନ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସାରାବଙ୍ଗ ସେତୁର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ସମାପ୍ତ ହେବ ବୋଲି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏଥିସହ ପତୋରାସ୍ଥିତ ରାଜୀବ ଉଦ୍ୟାନର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଓଡ଼ିଶା ଲିଫ୍ଟ ଇରିଗେସନ ଡିଭିଜନ ଅଧୀନରେ ଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପର ସ୍ଥିତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରି ଜିଲ୍ଲାପାଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ସହ ଏହାର ସୁଫଳ ଚାଷୀ ଓ ଜନସାଧାରଣଙ୍କୁ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ, କ୍ଷୁଦ୍ର ଜଳସେଚନ ବିଭାଗ, ଖଡ଼ିଆଳର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀ, ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Related posts

୭୭ତମ ସ୍ବାଧୀନତା ଦିବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

masiha

ମାନଝରୀ ଗ୍ରାମ ପଞ୍ଚାୟତ ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ଚାଲିବ ଅଭିଯାନ

Sunil Chandra Nayak

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ , ‘ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ

masiha

Leave a Comment

error: Content is protected !!