ବନ୍ଧୁଗାଁ ବ୍ଲକ ସ୍ତରୀୟ ବାଳ ବିଜ୍ଞାନ ମେଳା
ବନ୍ଧୁଗାଁ ତା, ୨୬/୧୧/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ଠାରେ ଆଜି ବାଳ ବିଜ୍ଞାନ ମେଳା ର ଆୟୋଜନ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ମଙ୍ଗଳ ସମ୍ଫର୍ସରଣ ବିଭାଗର ଅଧିକାରି ଶ୍ରୀ ଅବଦୁଲ ରେହମାନ ଉପସ୍ଥିତ ରହି ଶୁଭ ଉଦ୍ଧଘାଟନ କରିଥିଲେ I ଆଜିର ବ୍ଲକ ସ୍ତରୀୟ ବାଳ ବିଜ୍ଞାନୀ ମେଳାରେ ବ୍ଲକର ସୋମୁଦାୟ ପ୍ରାୟ ବିଦ୍ୟାଳୟ ରୁ ୧୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ସିତ ହୋଇଥିଲା I ଏଥି ମଧ୍ୟରୁ ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଛନ୍ତି I ଉକ୍ତ ପ୍ରଦଶ୍ରୀନିରେ ମୁଖ୍ୟ ବିଚାରକ ମଣ୍ଡଳି ଭାବରେ ଶିକ୍ଷକ ମାନେ ହେଲେ ଶ୍ରୀ ସନ୍ତୋଷ ଡାକୁଆ, ଆଦିତ୍ୟ ସାହୁ, ପ୍ରଣତି ମିଶ୍ର, ଏବଂ ୟାଉ. ରାୟୁଡୁ, ଯୋଗଦେଇଥିଲେ I ଆଜିର ବାଳ ବିଜ୍ଞାନ ମେଳାରେ ମୁଖ୍ୟ ବିଚାରୋକ ମଣ୍ଡଳି ଭାବରେ ଉପସ୍ଥିତ ରହି ୬୮ ତି ପ୍ରକଳ୍ପରୁ ଜିଲ୍ଲା ସ୍ତରକୁ ମନନୀତ ହୋଇଥିବା ୭ଟି ପ୍ରକଳ୍ପ ଗୁଡିକ ହେଲା,ନିଲାବାଡ଼ି ଏସ ଏସ ଡ଼ି ଉଚ୍ଚ ବିଦ୍ୟାଳୟ ସବୁଜ ଶକ୍ତି ପ୍ରକଳ୍ପ ରୁ ଜ୍ଵନ୍ନା ମାଣ୍ଡିଙ୍ଗ, ସରକାରୀ ଉଚ୍ଚ ବିଦ୍ୟାଳୟ କୁମ୍ଭାରି ପୁଟ ରୁ AI ପ୍ରକଳ୍ପ ରୁ ମନଜ ମେଲେକା, ଆଲମଣ୍ଡା ଉଚ୍ଚ ବିଦ୍ୟାଳୟ ରୁ କୃଷି ବିଭାଗ ପ୍ରକଳ୍ପରୁ ନାମଗିରି ସଞ୍ଜନାଁ, ଗଣିତ ବିଭାଗରୁ ନକୁଳ ମିଣ୍ୟାକା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ, ସ୍ୱାସ୍ଥ୍ୟ ବିଭାଗରୁ ଓଡିଶା ଆଦର୍ଶ ବିଦ୍ୟାଳୟ ବନ୍ଧୁଗରୁ ଆଂଶିକା ବିଷଇ, ବିଜ୍ଞାନ ରୁପାନ୍ତରିଣ ବିଭାଗ ପ୍ରକଳ୍ପରୁ ଫକିର ମିଶାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ ଛାତ୍ର, ଓ ବିପର୍ଯୟ ପରିଚାଲଣ ବିଭାଗରୁ ସୁନୋଜ ସାହୁକାର ସରକାରୀ ଉଚ୍ଚ ବିଦ୍ୟାଳୟ ଆଲମଣ୍ଡା ରୁ ମନନୀତ ହୋଇଛନ୍ତି I ଆଜିର ବ୍ଲକ ସ୍ତରୀୟ ବାଳ ବିଜ୍ଞାନ ମେଳା ରେ ମନନୀତ ହୋଇଥିବା ୭ ଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କ ମାଧ୍ୟମରେ ମାନ ପତ୍ର ସହ ଟ୍ରଫି ପୁରସ୍କୃତ କରିବା ସହ ଆଗକୁ ଏହିପରି ଆମ ବନ୍ଧୁଗାଁ ବ୍ଲକର ଛାତ୍ରଛାତ୍ରୀ ଅଧିକ ଭଲ ଭାବରେ ନୂତନ ନୂତନ ପ୍ରକଳ୍ପ ଗୁଡିକୁ ନେଇ ବିଜ୍ଞାନ ମେଳାରେ ପ୍ରଦର୍ଶନ କରି ବ୍ଲକରୁ ଜିଲ୍ଲା ଓ ଜିଲ୍ଲା ରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ମନୋନୀତ ହବା ପାଇଁ ଅଧିକ ପ୍ରରିଶ୍ରମି କରି ଲୋକଲଚନକୁ ଆଣିବା ଚେଷ୍ଟା କରନ୍ତୁ ବଲି ସାଧୁବାଦ ଜଣାଇଥିଲେ I ଆଜିର ବାଳ ବିଜ୍ଞାନ ମେଳାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ପରିଚାଳନା ହୋଇଥିଲା I ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର।
କାଳିଆମାଳିର ବିକାଶ କାହା ସ୍ୱାର୍ଥରେ ଅବହେଳିତ ରାସ୍ତାକୁ କେବେ ମିଳିବ ନ୍ୟାୟ
ବନ୍ଧୁଗାଁ କୋରାପୁଟ ଜିଲ୍ଲା ଲଷ୍ମୀପୂର ନିର୍ବାଚନ ମଣ୍ଡଳିର ଏହି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ପ୍ରଦର୍ଶନୀ ସ୍ଥଳୀ କାଳିଆମାଳିର ପାଦଦେଶରେ ଅବସ୍ଥିତ କାଳିଆମାଳିଠାରୁ ବାଲିଆଗୁଡ଼ା, ତୁର୍ଲି, ରାଙ୍ଗାଝୋଡ଼ି ଓ ଆମ୍ବଗଳି,ଆମ୍ବଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁରବସ୍ଥା। ଭାରତ ସ୍ୱାଧୀନ ହେବାର ଦୀର୍ଘ ୬୦ ବର୍ଷ ପରେ ଏହି ଅଞ୍ଚଳବାସୀଙ୍କୁ ପ୍ରଥମଥର ପାଇଁ ଏକ ପକ୍କା ରାସ୍ତା ଦେଖିବାକୁ ମିଳିଥିଲା। କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ, ରାସ୍ତା ନିର୍ମାଣର ଗୁଣବତ୍ତା ଓ ବର୍ତ୍ତମାନର ଅବସ୍ଥାକୁ ଦେଖିଲେ ଠିକାଦାରଙ୍କ କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠୁଛି। ଅଞ୍ଚଳବାସୀଙ୍କୁ ଅସୁବିଧାରେ ପକାଇ ନିଜ ସ୍ୱାର୍ଥ ସାଧନ କରି ଚାଲିଯାଇଥିବା ପରି ମନେ ହେଉଛି।
ଦୁର୍ଭାଗ୍ୟର ବିଷୟ, ଏହି ଦୁର୍ଗମ ଅଞ୍ଚଳର ରାସ୍ତାର ଦୁରବସ୍ଥା ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କାହିଁକି ପଡ଼ୁନାହିଁ I ବାଲିଆଗୁଡ଼ା,ତୁର୍ଲି, ରାଙ୍ଗାଝୋଡ଼ି ଓ ଆମ୍ବଗଳି ଆମ୍ବଗୁଡ଼ା ଗ୍ରାମର ପ୍ରାୟ ୧ହଜାର ଲୋକଙ୍କ ଦୈନନ୍ଦିନ ଯାତାୟାତର ଏକମାତ୍ର ମୁଖ୍ୟ ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ। ସମ୍ପ୍ରତି ବାତ୍ୟା ଅର୍ଣ୍ଣଭ ଓ ଅକ୍ୱାଭାନର ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ଦ୍ରୁତଗତିରେ ପ୍ରବାହିତ ବର୍ଷାଜଳ ରାସ୍ତାକୁ ଧୋଇ ନେବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଅଞ୍ଚଳବାସୀଙ୍କ ଯାତାୟାତ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା, ଗର୍ଭବତୀ ମହିଳାଙ୍କ ଯାତାୟାତ ଏବଂ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ ଏକ ମରଣଯନ୍ତା ପାଲଟିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କାଳିଆମାଳି ପ୍ରଦର୍ଶନୀ ସ୍ଥଳୀ ପରିଦର୍ଶନରେ ଆସୁଥିବା ବ୍ଲକ୍ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଅନେକ ରାଜନେତାଙ୍କ ଦୃଷ୍ଟି ଏହି ରାସ୍ତାର ଦୁରବସ୍ଥା ଉପରେ କାହିଁକି ପଡ଼ୁନାହିଁ I କାଳିଆମାଳି ପ୍ରଦର୍ଶନୀ ସ୍ଥଳୀର ବିକାଶ କାହା ସ୍ୱାର୍ଥରେ, ଯଦି ଏହାର ଆଖପାଖରେ ରହୁଥିବା ଜନସାଧାରଣ ମୌଳିକ ଯାତାୟାତ ସୁବିଧାରୁ ବଞ୍ଚିତ ଓ ବିକାଶ କେବଳ ପ୍ରଦର୍ଶନୀ ସ୍ଥଳୀର ସୌନ୍ଦର୍ଯ୍ୟକରଣ କିମ୍ବା ଆକର୍ଷଣୀୟ ନିର୍ମାଣରେ ସୀମିତ ରହିବା ଉଚିତ ନୁହେଁ। ବରଂ ଏହା ସହିତ ସଂଯୁକ୍ତ ଗ୍ରାମଗୁଡ଼ିକର ମୌଳିକ ସୁବିଧା ଓ ଜନସାଧାରଣଙ୍କ ଜୀବନଧାରଣର ମାନରେ ମଧ୍ୟ ପରିବର୍ତ୍ତନ ଆସିବା ଆବଶ୍ୟକ।ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ଅନୁରୋଧ, ତୁରନ୍ତ ଏହି ରାସ୍ତାର କ୍ଷେତ୍ର ପରିଦର୍ଶନ କରି ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାୟୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଉ। କାରଣ ବିକାଶର ପ୍ରକୃତ ଅର୍ଥ କେବଳ ନିର୍ମାଣ ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନକୁ ସୁଗମ, ସୁରକ୍ଷିତ ଓ ସମ୍ମାନଜନକ କରିବା।
ଅଞ୍ଚଳବାସୀଙ୍କ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ?
କାଳିଆମାଳି କୋରାପୁଟ ଗ୍ରାମୀଣବିକାଶ ରାସ୍ତାସମସ୍ୟା,ଜନସ୍ୱାର୍ଥ ପ୍ରଶାସନଙ୍କ ଦୃଷ୍ଟି ଆକର୍ସଣ କେବେ ପଡିବ ଏହାକୁ ନେଇ ଆଜି ପ୍ରଶ୍ନ ସୃଷ୍ଟି କରିଛି I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

