ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଅଧିନ ବାଲିପଡା ପଟରୁ ରୁପ୍ରା ପଟକୁ ଆଜି ସନ୍ଧ୍ୟାରେ ଆସୁଥିବା ଏକ ଖାଲି ହାଇୱା ଟ୍ରକ୍ ଭଟାଖମାର ନିକଟ ସାନ୍ଦୁଲ୍ ନଦୀର ବ୍ରିଜ୍ ପାଖରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ବେଳେ ଅଳ୍ପକେ ଚାଳକ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ ରାୟଗଡ଼ା ର ଅମିତ ରତନଙ୍କ ହାଇୱା ଟ୍ରକ୍ ନମ୍ବର OD 18F 2207 ବୁଧବାର ସନ୍ଧ୍ୟାରେ ଭବାନୀପାଟଣାରୁ ଭାୟା ବାଲିପଡା ଦେଇ ରୁପ୍ରା ପଟକୁ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ବ୍ରିଜ୍ ନିକଟ ବୁଲାଣିଠାରେ ରାସ୍ତା ତଳକୁ ଖସିପଡି ଦୁର୍ଘଟଣା ଘଟି ହାଇୱା ଗାଡି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ଏତେବଡ ଭୟଙ୍କର ଦୁର୍ଘଟଣା ସତ୍ତ୍ବେ ଚାଳକ ରାୟଗଡା ମୁକୁନ୍ଦପୁରର ଗୋପାଳ ଉଲ୍ଲାକା ବର୍ତ୍ତି ଯାଇଥିବା ବେଳେ ସେ ପ୍ରଚୁର ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏବାବଦରେ ନର୍ଲା ପୁଲିସ ଖବର ପାଇବା ପରେ ଏଏସ୍ଆଇ ଆର୍ ଏନ ନିଶିକା ଙ୍କ ନେତୃତ୍ୱରେ ପୁଲିସ୍ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ସ୍ଥଳରେ ଦୁଇଜଣ କର୍ମଚାରୀଙ୍କୁ ରାତିରେ ଜଗିବା ପାଇଁ ନିୟୋଜିତ କରାଯାଇଛି ବୋଲି ଏଏସ୍ଆଇ ଶ୍ରୀ ନିଶିକା କହିଥିବା ଓ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ଦରଜ ହୋଇନଥିବା ଜଣାପଡିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

ଡକ୍ଟର ଅଜିତ ବେହେରାଙ୍କୁ ଶିକ୍ଷା ଭାରତୀ ସମ୍ମାନ

Sunil Chandra Nayak

ବଡଓଲମା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!