ଆଶିଷ ଭିକ୍ଷା
ଉମାକାନ୍ତ ଦାସ
ଦେ ମାଆ ବିରଜା ମୋ ଝିଅ ଜ୍ବାଇଁଙ୍କୁ
ତୋ ଚରଣ ରେଣୁ ମୁଠେ,
ସଦ୍ଭାବନା ଆଉ ସଂସ୍କାର ସୁବୁଦ୍ଧି
ଭରି ଦେଏ ତାଙ୍କ କଣ୍ଠେ ।।
ତୋ ଦୁଆରୁ ଆମେ ପାଇ କନ୍ୟା ଟିଏ
ହୋଇ ଥିଲୁ ଖୁସି ଯେତେ,
ପର ହସ୍ତେ ଆଜି ଟେକି ଦେଉ ତାକୁ
ସର୍ବ ସାକ୍ଷୀ ରଖି ତୋତେ ।।
ଝିଅ ସେ ନଥିଲା ଥିଲା ପୁତ୍ର ପରି
ସାହାପକ୍ଷ ହୋଇ ମୋତେ
ବନ୍ଧୁଟିଏ ପରି ସାହାଯ୍ୟ କରଇ
ସହି ଝଡ ଝଞ୍ଜା କେତେ ।।
ସେହିପରି ଜ୍ଞାନ ଦେବୁ ମା”ବିରଜା
ଅଳି ତୋର ପଦାଗ୍ରତେ ,
ଶାଶୂଘର ତାକୁ ଲାଗୁ ସ୍ବର୍ଗପୁରୀ
ଭୁଲିଯାଉ ସିଏ ମୋତେ ।।
ଜନ୍ମଦାତ୍ରୀ ଆଉ ଜନ୍ମଦାତା ସ୍ନେହ
ନରଖୁ କେବେ ତା ଚିତେ ,
ଶଶ୍ବର ଘରର ସପରିବାରଙ୍କୁ
ଶ୍ରଦ୍ଧା ଭକ୍ତି ଦେଉ ସେତେ ।।