ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ପ୍ରଭୁ ନମସ୍କାର ଭକ୍ତ ନମସ୍କାର

    ନମସ୍କାର ବଡ଼ଦାଣ୍ଡ

ଦର୍ଶନ ଯାହାର ବିଶ୍ବରେ ପ୍ରସିଦ୍ଧ

    ପୁରୀ ଯାହା ବିଶ୍ଵ ପିଣ୍ଡ।

ଦେଉଳ ଯାହାର ବିଶ୍ବରେ ବିଖ୍ୟାତ

   ବାନା ଉଡ଼େ ଫରଫର

ପତିତ ଉଦ୍ଧାର ଜନଙ୍କୁ ରକ୍ଷକ

    ସେହି ମୋ ବିଶ୍ବ ଈଶ୍ୱର।

ତାଙ୍କ ପାଶେ ମୋର ଶରଣ ଜୀବନ

    ତାଙ୍କ ପାଦେ ମୋ ଆଶ୍ରୟ

ଯାହା ଇଚ୍ଛା ତାହା ନିର୍ଦ୍ଦେଶ ଦିଅ ହେ

       ନିଶ୍ଚିତ ଦେବି ସମୟ।

ତୁମରି ନାମକୁ ପ୍ରଚାର କରୁଛି

   ଜପା ମାଳି ନିତି ଜପ

ଦୁନିଆ ଦାଣ୍ଡ ରୁ ହଟି ଯାଉ ଦୁଃଖ

    ଦୂର ହେଉ ଧରା ପାପ।

ସୁବୁଦ୍ଧି ଦିଅନ୍ତୁ କୁବୁଦ୍ଧି ନାଶନ

    ଜଗତ ହେଉ ମଙ୍ଗଳ

ଶାନ୍ତି ପ୍ରୀତି ଭାବ ସମାଜ ଭିତରେ

    ସଭିଙ୍କ ହେଉ କୁଶଳ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଜୟ କୁମାର ମିଶ୍ର ଙ୍କ କବିତା “ମରମ କଥାର, ଚରମ ସଂଗୀତ”

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ :ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,ଶୁଣିଲେ 45 ଅଭିଯୋଗ

Sunil Chandra Nayak

ବଢିଲା ତାତି ଶୁଖିଲା ପୋଖରୀ

Sunil Chandra Nayak

Leave a Comment

error: Content is protected !!