ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ଏକାନ୍ତ

ଏକାନ୍ତ

 

ଏକାନ୍ତ ସମୟ ମନ କରେ ଥୟ ଆଶା ହୁଅଇ ଜାଗ୍ରତ

କେତେ କଥା ମନେ ଉଙ୍କି ମାରେ ଆସି ସବୁ କଳ୍ପନା କଳ୍ପିତ।

 

ଏକାନ୍ତରେ ବସି ଭାବନା ରାଇଜେ ଭାବୁକ ଲେଖେ କବିତା

ଲେଖନୀ ମୁନରେ ଆଙ୍କିଦିଏ ବସି ପଞ୍ଚଭୂତ ମନ କଥା।

 

ଏକାନ୍ତରେ ବସି ତୁତ ତରୁ ତଳେ ଗୈାତମ ହୋଇଲେ ବୁଦ୍ଧ

ରାଜ ଉଆସ କୁ ପରିତ୍ୟାଗ କଲେ ମନରେ ଆସିଲା ଭାବ।

 

ଶିଆଳି ଲତାରେ ଏକାନ୍ତରେ ବସି ନିଜ ମରଣ କୁ ଡାକି

ପ୍ରଭୁ କୃଷ୍ଣ ଚନ୍ଦ୍ର ବ୍ଯାଧ ର ତୀରରେ ହୋଇଥିଲେ ସ୍ବର୍ଗ ପ୍ରାପ୍ତି।

 

ଏକାନ୍ତରେ ବସି ଛାତ୍ରଛାତ୍ରୀ ମାନେ ପାଠ କଲେ ଅଧ୍ୟୟନ

ହୃଦୟ ମଧ୍ୟରେ ସବୁ ମନେ ରହେ ସୁଖି ହୁଅଇ ଜୀବନ।

 

ନୂଆ ନୂଆ କିଛି ତଥ୍ୟ ର ସନ୍ଧାନ କରେ ବୈଜ୍ଞାନିକ ବସି

ଏକାନ୍ତରେ ତଥ୍ୟ ଉଦ୍ଭାବନ କରେ ଏକାନ୍ତ ଟି ଚାବିକାଠି।

 

ଶେଷ ଜୀବନ ରେ ଏକାନ୍ତ ହୋଇଲେ ସବୁ ହୁଏ ଅନ୍ଧକାର

ଏକାନ୍ତ ଜୀବନ ମରୁଭୂମି ସମ ବିଷ ଲାଗଇ ସଂସାର।

 

ମୁନି ଋଷି ଗଣ ଏକାନ୍ତରେ ବସି କରନ୍ତି ସିଦ୍ଧି ସାଧନ

କାଳିଆ ସାଆନ୍ତ ଏକାନ୍ତରେ ବସି ବୋଳି ହୁଅଇ ଚନ୍ଦନ।

 

ଜନରଞ୍ଜନପ୍ରଧାନ

ଆଳୋଇ
ବାଲିପାଟଣା
ଖୋର୍ଦ୍ଧା

Related posts

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ

Sunil Chandra Nayak

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!