ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ତତେ କେ କହିବ ମଣିଷ ବୋଲି

ତତେ କେ କହିବ ମଣିଷ ବୋଲି

 

କୁନା ସେଠୀ

 

ଛାଡ଼ିଦେଲୁ ତୁହି ମଣିଷ ପଣିଆ

ମାନବିକତା କୁ ଗଲୁଣି ଭୁଲି

ହାତ ପାତିବାର ସ୍ଵଭାଵ ହୋଇଲା

କରମ ଟା ତୋର ଗଲାଣି ଚୁଲି ।

 

ପଶୁ ପରି ହିଂସ୍ର ହେଉଛୁ ବୋଲି ତୁ

ମଦ ମାଂସ ହେଲା ତୋହରି ସାଥି

କେମିତି ବଂଚିଛୁ ଜାଣିନୁ ତୁ ନିଜେ

ମନେ ମନେ ତୁହି ଭାବୁଛୁ ରଥୀ ।

 

ବଚନ ଅଭାବେ ଦରିଦ୍ର ହୋଇ ତୁ

ଅପଯଶ ପାଉ ସବୁ ଜାଗାରୁ

ଶରୀର କୁ ଗଢୁ ଚରିତ୍ରକୁ ଛାଡି

ଏମିତି ଜୀବନ କେଉଁ ଭାବରୁ ।

 

ରାଗ ,ଅଭିମାନ,ଇର୍ଷା ବହି ଦେହେ

ବାଛିଛୁ ବାଟକୁ କରି ନିଜର

ସ୍ୱାର୍ଥପର ହୋଇ ନିଜ ସମାଜରେ

କରିଛୁ ଆପଣା ଜନକୁ ପର ।

 

ଭାଇ, ଭଉଣୀ, ବାପା ମାଆ ତୋହରି

ପରିଚୟ ଛାଡି ଅଛନ୍ତି ଲୁଚି

ସତେକି ସରଗୁ ଓହ୍ଲାଇ ଆସିଛୁ

ଜନମିନୁ ତୁହି ନାହିଁ ତୋ ସୁଚି ।

 

ପୋଷାକ ଭୁଲିଛୁ ଉଲଗ୍ନ ପରାଏ

ଛାଡିଛୁ ସଂସ୍କାର ତୋହରି ନିଜ

ଯନ୍ତ୍ର ସାଥିରେ ମନ୍ତ୍ର କରି ତୁହି ଯେ

ଟଙ୍କା ଟଙ୍କା ଖାଲି ନିଇତି ଭଜ ।

 

ଏମିତି ଗୁଣରେ ମଣିଷ ହୁଏନି

ହୁଅଇ ଅମଣିଷ ପରି ଜଣେ

କିଏବା କହିବ ମଣିଷ ତତେରେ

ପ୍ରଥମେ ତୁହି ତ ନିଜକୁ ଜାଣେ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ଆଶର୍ଯ୍ୟ ହେଲେ ବି ସତ…‘ଦୋସା ପ୍ରିଣ୍ଟର’ ଭାଇରାଲ୍..

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ର ପଂଚାୟତ ମାନଙ୍କ ରେ ଲୋକ ଙ୍କ ଅଭିଯାନ ର ପ୍ରଥମ ଗ୍ରାମସଭା

Sunil Chandra Nayak

କେଲିଆ ପ୍ରାଥମିକ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!