ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପରିବାର

ପରିବାର

ପ୍ରଶାନ୍ତ କୁମାର ନାଥ

 

ପରିବାର ଆଜି ସମାଜରେ ଶୂନ୍ୟ

    ମହା ଶୂନ୍ୟ ତା’ର ସ୍ଥିତି

ଗୃହ ଶୂନ୍ୟ ଏଠି ଅଧେକ ଦମ୍ପତି

    ଜୀଵନ କରୁଛି ଗତି। 

 

ନାହିଁ ଆଉ କାରେ ସମ୍ପର୍କ ଭାବନା

    ବାପା ଭାଇ ଵନ୍ଧୁ ଦୂରେ

ଜୀଵନ ଜଞ୍ଜାଳ ଯାଯାବର ପୂର୍ଣ୍ଣ

    ପରିବାର ସଵୁ ହାରେ। 

 

ପରିବାର ଆଉ ଵାନ୍ଧି ହେଉ ନାହିଁ

    ସର୍ଵେ ନିଜ ନିଜ ପଥେ

ଭୁଲିଯାଉଅଛି ପରିବାର କଥା

    ଜୀଵନ ସଙ୍ଗିନୀ ସାଥେ। 

 

ତଥାପି ମଣିଷ ରଖିଅଛି ଦମ୍ଭ

    ପରିବାର ସାଥେ ରହି

ପରିବାର ହେଉ ସଭିଙ୍କ ଠିକଣା

     ସୁଖ ଦୁଃଖ ସବୁ ସହି। 

 

ମର୍ତ୍ତ୍ୟରେ ବୈକୁଣ୍ଠ ପରିବାର ସେତ

     ସଵୁ ସୁଖ ମିଳେ ବୋଲି

ପରିବାର ସାଥେ ଦୁଃଖରେ ଥିଲେବି

     ଯନ୍ତ୍ରଣାକୁ ଯାଏ ଭୁଲି। 

 

ପରିବାର ଏଠି ଵୃକ୍ଷ ଟିଏ ହେଲେ

     ଆମେ ତାର ଛୋଟ ବସା

କିଚିରି ମିଚିରି ଗାଆନ୍ତି ସନ୍ତାନ

    ସେ ଆମର ନୂଆ ଆଶା।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି 
ରାଜନଗର କେନ୍ଦ୍ରାପଡ଼ା

Related posts

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ବ ଅମ୍ଳାନ ଓ ଚିରସ୍ମରଣୀୟ

ସାହିତ୍ୟ ଅଗଣା

Sunil Chandra Nayak

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

Leave a Comment

error: Content is protected !!