ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପରିବାର

ପରିବାର

ପ୍ରଶାନ୍ତ କୁମାର ନାଥ

 

ପରିବାର ଆଜି ସମାଜରେ ଶୂନ୍ୟ

    ମହା ଶୂନ୍ୟ ତା’ର ସ୍ଥିତି

ଗୃହ ଶୂନ୍ୟ ଏଠି ଅଧେକ ଦମ୍ପତି

    ଜୀଵନ କରୁଛି ଗତି। 

 

ନାହିଁ ଆଉ କାରେ ସମ୍ପର୍କ ଭାବନା

    ବାପା ଭାଇ ଵନ୍ଧୁ ଦୂରେ

ଜୀଵନ ଜଞ୍ଜାଳ ଯାଯାବର ପୂର୍ଣ୍ଣ

    ପରିବାର ସଵୁ ହାରେ। 

 

ପରିବାର ଆଉ ଵାନ୍ଧି ହେଉ ନାହିଁ

    ସର୍ଵେ ନିଜ ନିଜ ପଥେ

ଭୁଲିଯାଉଅଛି ପରିବାର କଥା

    ଜୀଵନ ସଙ୍ଗିନୀ ସାଥେ। 

 

ତଥାପି ମଣିଷ ରଖିଅଛି ଦମ୍ଭ

    ପରିବାର ସାଥେ ରହି

ପରିବାର ହେଉ ସଭିଙ୍କ ଠିକଣା

     ସୁଖ ଦୁଃଖ ସବୁ ସହି। 

 

ମର୍ତ୍ତ୍ୟରେ ବୈକୁଣ୍ଠ ପରିବାର ସେତ

     ସଵୁ ସୁଖ ମିଳେ ବୋଲି

ପରିବାର ସାଥେ ଦୁଃଖରେ ଥିଲେବି

     ଯନ୍ତ୍ରଣାକୁ ଯାଏ ଭୁଲି। 

 

ପରିବାର ଏଠି ଵୃକ୍ଷ ଟିଏ ହେଲେ

     ଆମେ ତାର ଛୋଟ ବସା

କିଚିରି ମିଚିରି ଗାଆନ୍ତି ସନ୍ତାନ

    ସେ ଆମର ନୂଆ ଆଶା।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି 
ରାଜନଗର କେନ୍ଦ୍ରାପଡ଼ା

Related posts

କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, କେସ୍ ବନ୍ଦ କରିବାକୁ ନେଉଥିଲେ ୧୦ ଲକ୍ଷ ଲାଞ୍ଚ

ଆଦିବାସୀ ଅଧୁଷିତ ଅଂଚଳରେ କିସାନ ସମ୍ପ୍ରଦାୟର ଲୋକ ମାନେ ନିଆରା ଢଙ୍ଗରେ ପାଳନ କଲେ କରମା ପୂଜା  

Sunil Chandra Nayak

Leave a Comment

error: Content is protected !!