ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ସ୍ମୃତି

ସ୍ମୃତି

 

ଅତୀତ ଜୀବନ ଘଟଣା ସମୁହ

      ସ୍ମୃତି ହୋଇ ରହିଥାଏ

ଅଘଟଣ ଯାହା ଘଟିଥାଏ ସବୁ

      ମନ ମଧ୍ୟେ ଘଣ୍ଟି ହୁଏ ॥  

ବିଗତ ଆନନ୍ଦ ଅନୁଭବ ଯାହା

       ମନେ ଯେବେ ଜାଗି ଥାଏ

ସେତ ସ୍ମୃତି ଭାବେ ହୃଦେ ଖୁସି ଭରି

       ମନକୁ ଶାନ୍ତନା ଦିଏ ॥

ପାଇବାର ଇଚ୍ଛା ଅକୁହା ବେଦନା

      ଅତୀତରେ କିଛି ଥିଲେ

ଯନ୍ତ୍ରଣା ରୂପରେ ମାନସ ପଟରେ

      ଚିତ୍ର ପରି ଭାଷି ବୁଲେ ॥

ବାଲ୍ୟ ଯୋଉବନେ ଘଟିଥାଏ ଯାହା

      ସ୍କୃତି ହୋଇ ରହେ ମନେ

ବେଶୀ ମନେପଡ଼େ ପ୍ରେମିକ ପ୍ରେମିକା

       ସଂମ୍ପର୍କ ଥିଲେ ଜୀବନେ ॥

ସ୍କୃତି ହୋଇ ଭାଷେ ଅଧୁରା ସପନ

         ପୂରଣ ହୋଇନଥିଲେ

ସ୍କୃତି ସେହି ଅଟେ ଜୀବନ କାଳରେ

      ନିଜ ଲୋକ ହରାଇଲେ ॥

ଅଲୌକିକ ସ୍ମୃତି ଦିବ୍ୟ ଅନୁଭୂତି

        ଜୀବନର ଶ୍ରେଷ୍ଠ ପୁଣ୍ୟ

ସାତ୍ତ୍ୱିକ ଚେତନା ଜାଗରିତ କରେ

         ମାନବ ହୁଅଇ ଧନ୍ୟ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର , କେନ୍ଦୁଝର। ଓଡ଼ିଶା

 

Related posts

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

ଡାବୁଗାଁରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

Leave a Comment

error: Content is protected !!