ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଏବେ ଘୂର୍ଣ୍ଣିଝଡେ ଘର ଗଲା ଉଡ଼ି

    ଖୋଲା ନଭ ତଳେ ପଡି

ବିତୁଛି ସଂସାର ଏବେ ଦେଖି ପାର

     କେଉଁ କାଳ ମୋର ପେଡ଼ି।

ତୁମେ ତ ମୋ ପ୍ରଭୁ ସଦା କାଳେ ଥିବ

     ବିପଦେ କର ଉଦ୍ଧାର

ଭକତ କାନ୍ଦୁଛି ତୋହରି ଦୁଆରେ

   ତାକୁ ଟିକେ ଦୟା କର।

ପ୍ରକୃତି ବିପଦ ତୁମେ ମୋ ସଂପଦ

   ଶତ୍ରୁ ରକ୍ଷା ତୁମ ହାତେ

ଟିକେ ଆଶିର୍ବାଦ ଗରିବ କପାଳେ

   ଦୁଃଖ ଦୂର ଜଗନ୍ନାଥେ।

ଅଭାବ କଷଣ ଗରିବ ଖାତାରୁ

   କେବେ ପ୍ରଭୁ ହବ ଲୋପ

ଜୀବନ ସଂଗ୍ରାମ ବଞ୍ଚିବାକୁ ହବ

       କୁକାମ କର ଯେ ମାପ।

ତୁମେ ଥିଲେ ପ୍ରଭୁ କିଏ ନାହିଁ ଡର

     ତୁମେ ମୋ ସାହସ ବନ୍ଧୁ

ଭାବ ଥିବ ବନ୍ଧୁ ଯିବା ଆସିବାର

    ସଂପର୍କ ର କୃପାସିନ୍ଧୁ।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଅଳ୍ପକେ ବର୍ତିଲେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା 

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!