ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାରମ୍ବାର ଅଭିଯୋଗ ଆସିବା ପରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ବାରମ୍ବାର ଅଭିଯୋଗ ଆସିବା ପରେ ସୋସିଆଲ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ୧୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି | ଆଜି ହ୍ଵାଟ୍ସଆପ କହିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚରେ ଏହି ପ୍ଲାଟଫର୍ମ ଦେଶରେ ୧୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଥିଲା। ତେବେ, କମ୍ପାନି ଏତେ ସଂଖ୍ୟକ ଆକାଉଣ୍ଟକୁ କାହିଁକି ବ୍ୟାନ କଲା?

ହ୍ଵାଟ୍ସଆପ ଏହାର ସଫେଇ ଦେଇ କହିଛି ଯେ କମ୍ପାନି ଏପ୍ରିଲ୍ ମାସରେ ଦେଶ ମଧ୍ୟରେ ୮୪୪ଟି ଅଭିଯୋଗ ଗ୍ରହଣ କରିଛି ଏବଂ ୧୨୩ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥି ସହିତ, ମାର୍ଚ୍ଚରେ ହ୍ଵାଟ୍ସଆପ ୫୯୭ଟି ଆକାଉଣ୍ଟ ବିରୋଧରେ ଅଭିଯୋଗ ପାଇବା ସହ ୭୪ଟି ଆକାଉଣ୍ଟ ଉପରେ ଆକ୍ସନ ନେଇଛି | ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଆମର ପ୍ଲାଟଫର୍ମକୁ ଯେଭଳି କେହି ଦୁରୁପଯୋଗ ନ କରିବେ ଓ ଲୋକଙ୍କୁ ଯେଉଁମାନେ ଠକୁଛନ୍ତି ସେହି ସବୁ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ଆମର ବ୍ୟବହାରକାରୀଙ୍କ ମେସେଜ ସହ ତଥ୍ୟକୁ ସୁରକ୍ଷିତ ରଖିବାକୁ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ କାର୍ଯ୍ୟ କରୁଛୁ | ସୂଚନା ଥାଉ କି ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ପଡିବ | ସେଥିପାଇଁ ହ୍ଵାଟ୍ସଆପ ଏହି ମାସିକ ତଥ୍ୟ ଦେଇଛି |

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ ସାଧାରଣ ବର୍ଗଙ୍କୁ ଉପେକ୍ଷା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ

Sunil Chandra Nayak

ଦୁଇ ଶକ୍ତିପୀଠର ଶୁଭ ପୂଜନ ହେବ ଆସନ୍ତାକାଲି

Sunil Chandra Nayak

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!