ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

ଚକ ପିସ୍ ରେ ନିର୍ମାଣ କଲେ ୫୧ଟି ଐତିହାସିକ ସ୍ଥଳୀ…

 ଚକ୍ ପିସ୍ ରେ ଐତିହାସିକ ସ୍ଥଳୀ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସାମିଲ ହେଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଗତ ଜାନୁୟାରୀ ମାସରେ ସତ୍ୟ ଭାରତରେ ରହିଥିବା ୫୧ଟି ଐତିହାସିକ ସ୍ଥଳୀକୁ ନିର୍ମାଣ କରିଥିଲେ। ଏଥିମଧ୍ୟରେ ସବୁଠାରୁ ଛୋଟ ୧ ଏମଏମର ଲଳିତଗିରି ରହିଛି ।

୧ ଏମଏମରୁ ଆରମ୍ଭ କରି ୯ ଏମଏମ ପର୍ଯ୍ୟନ୍ତ ଚକ୍ ପିସରେ ସତ୍ୟ ୫୧ଟି ଐତିହାସିକ ସ୍ଥଳୀ ନିର୍ମାଣ କରିଛନ୍ତି। ଏହି ସମସ୍ତ ଐତିହାସିକ ସ୍ଥଳୀ ଏତେ ଛୋଟ ହୋଇଥିବା ବେଳେ ତାହା ପୁଣି ଚକ୍ ପିସ୍‌ରେ ନିର୍ମିତ ହୋଇଥିବା ଯୋଗୁଁ ଏହା ଭାରତରେ ବିରଳ। ତେଣୁ ସତ୍ୟଙ୍କ ଏହି ୫୧ଟି ଐତିହାସିକ ସ୍ଥଳୀର କଳାକୃତିକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନି ପାଇପାରିଛି। ସତ୍ୟଙ୍କ ଏଭଳି ସଫଳତା ସହିତ ତାଙ୍କ କାରୁକାର୍ଯ୍ୟକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ସହରବାସୀ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଜି ଧନ ତେରସ – ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ

Sunil Chandra Nayak

ଆଜିଠୁ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

କମିଲାଣି ଉତ୍ପାଦନ, ମିଳୁନି ପେପର : ବଢିଲାଣି ଖବରକାଗଜ ଛାପିବା ଖର୍ଚ୍ଚ…

Sunil Chandra Nayak

Leave a Comment

error: Content is protected !!