ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଆସରେ ପିଲାଏ

ଆସରେ ପିଲାଏ

 

ଶରତ ଚନ୍ଦ୍ର ପଣ୍ଡା

 

ଆସରେ ପିଲାଏ କଥା ଏ କରିବା

ସଭିଙ୍କୁ ସମ୍ମାନ ଦେବା,,

ପିତା ମାତା ଆମ ଚଳନ୍ତି ପ୍ରତିମା

ଭକ୍ତି ତାଙ୍କୁ କରୁଥିବା ll.333

ନିତ୍ୟକର୍ମ ସଦା ନିଜେ ହିଁ କରିବା

ଅବହେଳା କରିବାନି,,

ସଭିଙ୍କୁ ଭାବିବା ନିଜର ବାଳକେ

ଦୁଃଖ କାହାକୁ ଦେବlନି ll

ବିଦ୍ୟାଳୟ ଆମ ମନ୍ଦିର ଧନରେ

 ଯାଉଥିବା ନାହିଁ ହେଳା,,

‘ମନ୍ଦିର ପ୍ରସାଦ, ବିଦ୍ୟା ରେ ବାଇଆ

ସେବନେ ସରିବା ବେଳା ll

ଗ୍ରାମ୍ୟ ପଥ ଆମ ଜନ୍ମ ସହଚର

ତା’ଛାତିରେ ଆମ ଚାଲି,,

ବାଡ଼ି ପୋଇ, ଶାଗ, ଖଡ଼l, ଲେମ୍ବୁ, ମୁଗ

 ସ୍ୱାଦତ ହରଡ଼ ଡାଲି ll

ଋତୁର ସମ୍ଭାର ଆଣେ ମୋ ପ୍ରକ୍ରୁତି

ବାର ମାସେ ତେର ପର୍ବ ,

ହଜାର ଫୁଲର ଗନ୍ଧ ମନ୍ଦ ମନ୍ଦ

ମାଟି ମାଆର ଏ ଗର୍ବ ll

ନଈ, ନାଳ, ବନ୍ଧ ଅଯତ୍ନ ନ କରି

ସଦା ସତର୍କ ରହିବା,,

ମୁହଁ ଘୋଡ଼େଇବା, ହାତ ବି ଧୋଇବା

ଟିକିଏ ଦୂରେ ରହିବା ll

ପାଠ ତ ଅଟଇ ବଡ଼ ଧନ ପିଲେ

ତାହା ଅର୍ଜନ କରିବା,,

ସ୍ୱାସ୍ଥ୍ୟ ମହା ରତ୍ନ, ନେବା ସର୍ବେ ଯତ୍ନ 

ଯୋଗ, ବ୍ୟାୟାମ କରିବା ll

ଗାଆଁ ମାଟି ମାଆ ଠାରୁ ଗରୀୟାନ

ତାହା ପ୍ରତି ଶ୍ରଦ୍ଧା କରି,,

ତା’ପାଣି, ପବନ ଆମର ଚନ୍ଦନ

ଖୁସିରେ ନେବା ଆଦରି ll

ଆମ ବାପl, ଜେଜେ ବାପl ଯହିଁ ଛନ୍ତି

ସେଇ ପବିତ୍ର ମଶାଣି,,

ମା’ପରି କୋଳେ କୋଟି ପ୍ରିୟଜନ

ଢାଙ୍କେ ତା ପ୍ରୀତି ଓଢ଼ଣୀ ll

ମୋ ନଈ ଗୋବରୀ ନେବି ମୁଁ ଆଦରି

ଗଙ୍ଗା,ଗୋଦାବରୀ ଦୂରେ,,

କିଏ ବା ଦେଖିଛି, କି ଅବା ଚିହ୍ନିଚି

 କେତେ ଧର୍ମ ଅଛି କାରେ ll 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୀରବତା

Sunil Chandra Nayak

ଘରଧରା ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!