ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଅଜଣା ପଥର ପଥିକ

ଅଜଣା ପଥର ପଥିକ

 

ଅଜଣା ପଥର ପଥିକ ଟିଏ ମୁଁ

ଖୋଜୁଛି ନିଜ ଠିକଣା,

ମେଘ ମହ୍ଲାରର ତରଙ୍ଗ ମାଳାରେ

ହୋଇଯାଏ ବାଟ ବଣା।

 

ପାଦ ସିନା ମୋର ଆଗକୁ ଚାଲୁଛି

ଜଣା ନାହିଁ ମତେ ଅନ୍ତ,

ଲକ୍ଷ୍ୟ ହୀନ ପଥ ଆଦରିଛି ବୋଲି

ହେଉଛି ମୁଁ ହନ୍ତସନ୍ତ।

 

ଦିବା ଅବା ନିଶି ମୋ ପାଇଁ ସମାନ

ମନରେ ଦହନ ପୀଡ଼ା,

ନୁହଁଇ ସହଜ ଗୋଟିଏ ଜୀବନ

ଦୁଃଖଭରା କୃଷ୍ଣଚୁଡ଼ା।

 

କାହାକୁ କହିବି ଦାରୁଣ କାହାଣୀ

ସବୁ ମୋ କର୍ମର ଫଳ,

କିଛି ଆଶା କିଛି ସପନକୁ ନେଇ

କଟିଯାଏ ମୋର ବେଳ।

 

ଭବିଷ୍ୟତ କିଛି ଜଣାପଡୁ ନାହିଁ

ଆଗକୁ ଭାବିବା ମନା,

ଚତୁଃପାର୍ଶ୍ଵ ମତେ ଦିଶୁଛି ଅନ୍ଧାର

ସୂର୍ଯ୍ୟ ଢାଳେ ରଶ୍ମି ସିନା।

 

ଜିତିବାକୁ ସତ ଚେଷ୍ଟା କରି ମଧ୍ୟ

ଭାଗ୍ୟ ପାଖେ ଯାଏ ହାରି,

ଠିକଣା ମୋହର ଦିଅହେ ବତାଇ

ସୃଷ୍ଟିକର୍ତ୍ତା ଚକ୍ରଧାରି।

 

 ଶୁଭଶ୍ରୀ ପ୍ରଧାନ

 କୋଣାର୍କ , ପୁରୀ

Related posts

କାଙ୍କେରି ବୋଡ଼ର୍ର କଲେଜ ଠାରେ ମହିଳା ଆତ୍ମସୁରକ୍ଷା ତାଳିମ ଶିବିର ଉଦଯାପିତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଅର୍ଚ୍ଚନା ରଚନା 

Sunil Chandra Nayak

ମମତା ସାହୁ ଙ୍କ କବିତା ଏକା ଏକା ଭଲ ଲାଗେନା

Sunil Chandra Nayak

Leave a Comment

error: Content is protected !!