ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କି ଗୀତ ଗାଇବୁ କବିରେ

କି ଗୀତ ଗାଇବୁ କବିରେ

 

ଉପେନ୍ଦ୍ର କୁମାର ବସ୍ତିଆ

 

ଜୀବନ ଯେଉଁଠି ଜଳୁଛି 

ସଞ୍ଜ ସକାଳେ, 

ଆଶାର କଳିକା ମଉଳି 

ପଡଇ ଅକାଳେ, 

ତରୁଣ ଅରୁଣ ଇଲାକାଟି 

ଯହିଁ ଧୂସର, 

ଜୋଛନା ପରଶେ ଉଠେ ନାହିଁ

ଯହିଁ ଜୁଆର, 

ଘନ ତମସାର ବକ୍ଷ ବିଦାରୀ

ଆଙ୍କି ପାରିବୁକି ଆଗାମୀ 

କାଲିର ଛବିରେ ?

କି ଗୀତ ଗାଇବୁ କି କଥା 

ଲେଖିବୁ କବିରେ ••••

ମନ ଯାଏ ଦବି ଦବି ରେ ll

 

ସ୍ୱାର୍ଥ ଆବର୍ତ୍ତେ ଚେତନା 

ଯେଉଁଠି ନିଥର, 

ସମ୍ବେଦନର କିଆରୀ 

ଯହିଁ ଉଷର, 

ସେନେହ ପୀରତି ମମତା 

ଫସଲ ସପନ, 

ବିଷମୟ ଯହିଁ ସାଗର, 

ଗଗନ ପବନ 

କି ସୁରେ ଗାଇବୁ ଜୀବନ 

ଗୀତିକା କବିରେ ?

ଦୁଃଖ ଯନ୍ତ୍ରଣାରେ 

ଚାଷୀ ମରେକାନ୍ଦିକାନ୍ଦିରେ 

କି ଗୀତ ଗାଇବୁ କି କଥା 

ଲେଖିବୁ କବିରେ •••।।

 

କର୍ମ ମନ୍ଦିରେ ଘୋଟିଅଛି 

ଯହିଁ ଶିଉଳି 

ଧର୍ମ ଖେଳୁଛି ଶୋଣିତ 

ସରିତେ ପହଁରୀ, 

ଦୁଃଶାସନ ଯହିଁ ପ୍ରସାରିଛି 

ବାହୁ ଯୁଗଳ, 

ଛନକା ଖେଳାଏ ଶକୁନିର 

ହସ କଲ୍ଲୋଳ, 

ମାଟି ମାଆ କାନ୍ଦେ 

କଇଁ କଇଁ ହୋଇ 

ନବ ବଧୂ ଜଳେ ଯୂଈରେ 

ହିମାଳୟ ହିମ ଟଳାଇ ପାରିବୁ 

କବିର କଲମ ମୁନରେ ?

କି, ଗୀତ ଗାଇବୁ କି କଥା 

ଲେଖିବୁ କବିରେ ••••l।

ରାଉଲକେଲା

 

Related posts

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

Sunil Chandra Nayak

ବିଶ୍ଵ ପ୍ରାଣୀ ଦିବସ ଅନୁଷ୍ଠିତ

Sunil Chandra Nayak

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!