ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ଯୁବ ପରିବେଶବିତ୍ ଙ୍କ ଦ୍ଵାରା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ 

ଢ଼େଙ୍କାନାଳ -:  ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ ଏହାର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ ।  ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ରେ ଏହି ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଗଁଦିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ମାନବ ଶୃଙ୍ଖଳ ର ଆୟୋଜନ କରାଯାଇଥିଲା । ହାତ କୁ ହାତ ଧରି କୁନି କୁନି ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଥିଲେ । ସେହିପରି ଖରାଦିନ ରେ ପକ୍ଷୀ ମାନଙ୍କ ତୃଷ୍ଣା କିପରି ମେଣ୍ଟାଯାଇ ପାରିବ ଏ ନେଇ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା । ଏଥିରେ ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ରପୁର , ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସୂଚନା ଥାଉକି ଶୁଭ୍ରାଂଶୁ ଏନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଏ ନେଇ କର୍ମଶାଳା ରା ଆୟୋଜନ କରି ୨୫.୦୦୦ ରୁ ଉର୍ଦ୍ଧ୍ବ ମାଟିପାତ୍ର ବଣ୍ଟନ କରିଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରୀକ୍ଷିରାମ ମେହେର ଙ୍କ କବିତା ମାୟାବିନୀ

Sunil Chandra Nayak

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

Leave a Comment

error: Content is protected !!