ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଉତ୍କଳମଣି ବରିଷ୍ଟ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ବର,୦୭/୬/୨୨- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ଗ୍ରାମ ପଂଚାୟତ ଲଙ୍ଗଳେଶ୍ୱର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସଞ୍ଜୟ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏଇ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଲେ ସମାଜରେ ଚାଲିଥିବା ଲାଞ୍ଚ, ମିଛ ଏବଂ ଦୁର୍ନୀତିକୁ ମୂଳ ପୋଛ କରିବାକୁ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଲେ ସମାଜ ଆମକୁ ଖାଦ୍ୟ, ପାନୀୟ, ଛାଇ ଓ ଅମ୍ଳଜାନ ସହିତ ଶିକ୍ଷା ସଂସ୍କାର ବହୁତ କିଛି ଦେଇଛି । ଆମେ ମଧ୍ୟ ସମାଜକୁ କିଛି ଦାନ କରିବା ଦରକାର । ଉତ୍କଳ ମଣୀଙ୍କର ନାମକୁ ସାର୍ଥକ କରିବା ସହିତ ଅନ୍ୟମାନଙ୍କ ପାଇଁ ବଞ୍ଚି ଖୁସି ହେବା ଉଚିତ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ ତଥା ଓଷ୍ଠାର ପୂର୍ବତନ ନେତା ନାରାୟଣ ପ୍ରସାଦ ସାହୁ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ମେରୁଦଣ୍ଡ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜର ପୂର୍ବତନ ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ପଣ୍ଡା, କୁଞ୍ଜକାନ୍ତ ପାତ୍ର, କୁମୁଦ ରଞ୍ଜନ ବର, ପ୍ରାକ୍ତନ ଶିକ୍ଷକ ସୁଧାସିନ୍ଧୁ ସାହୁ, ନରସିଂହ ବିଶ୍ୱାଳ, ଅମୂଲ୍ୟ ଚନ୍ଦ୍ର ଘଡେଇ, ବଣିଆଡିହା ସରପଞ୍ଚ କାଳି ଚରଣ ଜେନା, ସାଂସଦ ପ୍ରତିନିଧି ମହେଶ୍ୱର ଜେନା ଓ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ପୁରୁଷୋତ୍ତମ ସାହୁ ସଂଯୋଜନା କରିଥିବା ବେଳେ ମନମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚର ସଦସ୍ୟ ନିତ୍ୟାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିନୋଦ ଦାସ, ବଂଶୀଧର ନାୟକ, ପଞ୍ଚାନନ ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।ବାଲିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠ ରାଉତ, ଶିକ୍ଷାବିତ ଝାଡଶ୍ୱର ରାଉତ, ପୁଟୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସାହୁ, ସମବାୟବିତ ହିମାଂଶୁ ଶେଖର ପାତ୍ର, ବୁଳଙ୍ଗର ପୂର୍ବତନ ସରପଞ୍ଚ ଜଗବନ୍ଧୁ ମଲ୍ଲିକ, ଗୌରହରି ପଟ୍ଟାୟତ, ଅନିରୁଦ୍ଧ ମଣ୍ଡଳ, ଶିକ୍ଷକନେତା ଆଦିତ୍ୟ ରାଉତ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଉତ୍ସବ ପରିଚାଳିତ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଷ୍ଟ୍ରିଟି ଲାଇଟ୍ ପାଇଁ ଏକର ଏକର ଧାନ ଚାଷ ନଷ୍ଟ :ଚିନ୍ତା ରେ ଚାଷୀକୂଳ 

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୨

Sunil Chandra Nayak

ମୟୂରଭଞ୍ଜ – ରକ୍ତ ଜୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଯୁବକକୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!