ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

କଳା କାହ୍ନୁ ବଇଶୀ ଧର 

 

 କବିତା ସାହୁ      

 

କଳା କାହ୍ନୁ ବଇଶୀ ଧର 

ବଇଶାଖ ଖରା ଝାଞି ପବନରେ 

ମଳିନ ଦିଶୁଛି ମୁହଁ ଟି ତୋର 

କଳା କାହ୍ନୁ——‐———-‐—୧

ରଖିଛି ତୋ ପାଇଁ ସୁବାସିତ ଜଳ 

ପକାଇ ସେଥିରେ ଚୁଆ ଅଗୁର 

ସ୍ନାହାନ କର ହେ କଳା ମାଣିକ 

ବେଳ ହୋଇଲାଣି ଆସି ଉଛୁର 

କଳା କାହ୍ନୁ _________——-୨

ଅତି ଯତନରେ ପିଢା ପକାଇଛି 

ଚନ୍ଦନ ଘୋରି ସାଇତି ରଖିଛି 

ଲେପି ଦେବୀ ଦେହ ହେବ ଶୀତଳ

କଳା କାହ୍ନୁ————————-‐୩

ତୁଳସୀ ଦୟଣା ଆଣିଛି ମୁଁ ତୋଳି 

ମଲ୍ଲି ଚମ୍ପା ସହ ଗୁନ୍ଥିଛି ମାଳି

ଆସହେ ମୋହନ  ହେ ମଧୁସୂଦନ 

ଅନାଇ ବସଛି ଚାତକ ପରି 

କଳା କାହ୍ନୁ—————————–୪

ସାଇତି ରଖିଛି ନାନା ଜାତି ଫଳ 

ଖୁଆଇବି ହାତେ ନଟ  ନାଗର

ଖୁସିରେ ଖାଇବ ଆନନ୍ଦେ ଗାଇବ

ରାଇ ରାଇ ହୋଇ ବଇଶୀ  ତୋର 

କଳା କାହ୍ନୁ ————————–୫

ଏମିତି ସତରେ ଆସିବ କି ଦିନ

ଭାବଇ ମନରେ ରଙ୍କୁଣି ଧନ

ତୋର ମାୟା ସିନା ତୁ କରିବୁ ଯାହା

କରିଥିବି ଯଦି ମୁଁ କିଛି ପୂଣ୍ୟ

ଜୟପୁର

Related posts

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

ଆସନ୍ତା ୩ ତାରିଖରେ ଗଣ ଶିକ୍ଷକ/ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଙ୍ଘର ରାଲି ସହ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ନେଇ ଥାନା ଅଧିକାରୀ ଙ୍କୁ ଦେଲେ ଦରଖାସ୍ତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

Leave a Comment

error: Content is protected !!