ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

କେବେ ପ୍ରଭୁ ଆଶା କରିବ ପୂରଣ

      ଆଶା ବାନ୍ଧି ବସି ଜନ

ଦିନ ନାହିଁ ରାତି ଚାହିଁଛି ଅନାଇଁ

     ଆଶା ହବ ମୋ ଜୀବନ।

ଜୀବନ ଯାହାର ପ୍ରଭୁ ହାତେ ଶୁଭ

     ଫଳ ପ୍ରାପ୍ତି ଧରି ଆଶା

ଚାହିଁ ଦେଲେ ପ୍ରଭୁ ମିଳିଯାଏ ସବୁ

     ପ୍ରଭୁ ଜୀବନ ପ୍ରଶ‍‍ଂସା।

ଯେମିତି ଭଜୁଛି ସେମିତି ପାଉଛି

   ସବୁ ଏ ଭାଗ୍ୟର ଫଳ

ହସ ଖୁସି ଦିଅ ଜୀବନ ପଥରେ

    ଶାନ୍ତି ହେଉ ଜୀବ ମୂଳ।

ଆଉ ମାଗୁ ନାହିଁ ଧନ ଜନ କିଛି

    ମାଗୁଛି ମୁକ୍ତିର ବାଣୀ

ପ୍ରଭୁ ଯଶ଼ଃ କୀର୍ତ୍ତି ଅମର ରହିଛି

    ଶୁଣି ଭକ୍ତି ଆସେ ପୁଣି।

ଜୀବନ ପ୍ରେମର ଭକ୍ତି ଭାବ ଶକ୍ତି

    ଜାଗ୍ରତ ହୋଇଲେ ଜନ

ପ୍ରଭୁ ଲୀଳା ଖେଳା ଦେଖିପାରେ ଭକ୍ତ

    ସେ ହଁ ଭକ୍ତ ଭଗବାନ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

ନବରଙ୍ଗପୁରରେ 63 ତମ ପୋଲିସ ଦିବସ ପାଳିତ 

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!