ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ସମଗ୍ର ଭାରତବର୍ଷରେ କବିସମ୍ରାଟ ଙ୍କ କେହି ତୁଳନୀୟ ନୁହଁନ୍ତି : ଡଃ ଷଡଙ୍ଗୀ

ରାଉରକେଲା/ ବୈଦେହୀଶ ବିଳାସ ନୈତିକ ସାମାଜିକ ଓ ପାରିବାରିକ ମୂଲ୍ୟବୋଧର ଆଦର୍ଶ ରତ୍ନାକର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେପରି ରାମସୀତା ଙ୍କ ଆଦର୍ଶ ଦାମ୍ପତ୍ୟ ଜୀବନ ବର୍ଣ୍ଣନା କରିଛନ୍ତି, ସମଗ୍ର ଭାରତବର୍ଷରେ କେହି ତାଙ୍କର ତୁଳନୀୟ ନୁହଁନ୍ତି ବୋଲି ଭଂଜ ସାହିତ୍ୟର ଗବେଷକ ଡଃ କୃଷ୍ଣକେଶବ ଷଡଙ୍ଗୀ ମତ ଦେଇଛନ୍ତି। ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଭଞ୍ଜ ଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏନଆଇଟି ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡଃ ରଞ୍ଜିତ କୁମାର ସାହୁ ମୁଖ୍ୟ ଅତିଥି ଓ ଭଞ୍ଜ ସାହିତ୍ୟର ପ୍ରବକ୍ତା ତଥା ଗବେଷକ ଡଃ କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଭଞ୍ଜ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଭଞ୍ଜ କଳା କେନ୍ଦ୍ରର ଗୁରୁ ବୀଣାପାଣି ରଥ ଓ ସାଥୀଙ୍କ ଦ୍ବାରା ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣରେ କହିଲେ ଯେ ଯେଉଁଠାରେ କୃଷ୍ଣ ସାହିତ୍ୟର ଶେଷ,ସେହିଠାରୁ ରାମ ସାହିତ୍ୟର ଆରମ୍ଭ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ରଚନାରେ ମର୍ଯ୍ୟାଦାବନ୍ତ ପୁରୁଷ ରାମ ଓ ସୀତାଙ୍କୁ ନେଇ ଅନନ୍ୟ ସାହିତ୍ୟ ସୃଷ୍ଟି କରିଛନ୍ତି। ମୁଖ୍ୟ ବକ୍ତା ଡଃ ଷଡଙ୍ଗୀ ଭଞ୍ଜ ସାହିତ୍ୟ ଅମୃତମୟ ଦାମ୍ପତ୍ୟ ଜୀବନରେ ମହାନ କାବ୍ୟଶିଳ୍ପ ସଂପର୍କରେ ଆଲୋଚନା କରିଥିଲେ। ସେ କହିଲେ ଯେ ଓଡିଆ ଅଭିଧାନକୁ ୩୨୦୦ରୁ ଅଧିକ ଶବ୍ଦ ସମୃଦ୍ଧ କରିଥିବା ଭଞ୍ଜୀୟ କାବ୍ୟଶିଳ୍ପ, ଭକ୍ତି,ସ୍ଵର୍ଗୀୟ, ଅମୃତପ୍ରେମ ପରମ୍ପରାକୁ ଭଗ୍ନ କରି ସମାଜରେ ସଂସ୍କାର ଆଣିବା ପାଇଁ ଏକପତ୍ନୀବ୍ରତ ମହାନ ଧାରାର ଉଦଘୋଷକ ଥିଲେ। ମୁଖ୍ୟ ଅତିଥି ଡଃ ସାହୁ ଭଞ୍ଜ ସାହିତ୍ୟ ଆମ ଭାଷା ଓ ପରମ୍ପରାକୁ କିପରି ରୁଦ୍ଦିମନ୍ତ କରିଛି ସେ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ସଂପାଦକୀୟ ବକ୍ତବ୍ଯ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାଠାଗାରର ଉପସଭାପତି ବାଉରୀବଂଧୁ ସାହୁ, ସହ ସଂପାଦକ ଜ୍ଞାନେନ୍ଦ୍ର କୁମାର ଦାଶ,ବିଜୟ କୁମାର ପାତ୍ର, ଅଶୋକ କୁମାର ବଳ,ମନୋଜ କୁମାର ପଣ୍ଡା, ଅଟମ ରଥ,କୁଞ୍ଜବିହାରୀ ରାଉତ, ଡାକ୍ତର ବସନ୍ତ କୁମାର ଦାସ, ଟୁକୁଲା ପାଢୀ, ଭାସ୍କର ଚନ୍ଦ୍ର ପୁହାଣ, ଡଃ ଜୟନ୍ତୀ ପାଢୀ, ଗଙ୍ଗାଧର ପୁହାଣ ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି,ଜୟଶ୍ରୀ ଦାସ, ସରସ୍ବତୀ ସାହୁ ଙ୍କ ସମେତ ସହରର ବହୁ ସାହିତ୍ୟିକ, କବି,ପ୍ରାବନ୍ଧିକ,ସାମାଜିକ କର୍ମୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ଲାଞ୍ଜିଗଡ଼ ବିଧାୟକ ଙ୍କୁ ତୀବ୍ର ବିରୋଧ, ମୁର୍ଦାବାଦ ନାରା ଦେଲେ ବିଜେଡ଼ି କର୍ମୀ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!