ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ଉଦଘାଟିତ

ବାଲେଶ୍ବର,୧୪/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ଵ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ଠାରେ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ରଜ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା କାଦଡିହା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାଗବତ ଲେଙ୍କା, ସମ୍ମାନିତ ଅତିଥି ଭାବେ ଓଡିଆ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ, ଓଡିଆ ହିରୋଇନ୍ ତମନ୍ନା ଦାସ, ରଜ ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ନରହରି ନାୟକ ଓ ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ସମ୍ମାନିତ ବକ୍ତା ଭାବେ ସୁନ୍ଦରପୁର ନୀଳସୁନ୍ଦର ଜୀଉ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ହରିହର ଜେନା ପ୍ରମୁଖ ମଞ୍ଚାସୀନ ହୋଇ ହଜି ଯାଉଥିବା ଓଡିଆ ପରମ୍ପରା ଓ ସଂସ୍କୃତିକୁ ଏହି ରଜ ମହୋତ୍ସବ ମାଧ୍ୟମରେ ବଞ୍ଚାଇ ରଖିବା, ଭାଇଚାର ସୃଷ୍ଟି କରାଯାଇ ପରସ୍ପର ମଧ୍ୟରେ ସମ୍ପର୍କକୁ ନିକଟତର କରିବା ଏବଂ ରଜ ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ବିନପୁର ଖେଳ ପଡ଼ିଆ ଠାରେ ମା ଧରଣୀ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଯାପିତ

Sunil Chandra Nayak

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ରାଜ ରାସ୍ତାରେ କର୍ମଚାରୀ ସଂଘ

Sunil Chandra Nayak

Leave a Comment

error: Content is protected !!