ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ବ୍ଲକ୍ ସ୍ତରୀୟ କୁରାଳ ସମାଜର ସାଙ୍ଗଠାନିକ ଓ ସମ୍ବର୍ଦ୍ଧନା ସଭା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କୁରାଳ ସମାଜର ସାଙ୍ଗଠାନିକ ଓ ସମ୍ବର୍ଦ୍ଧନା ସଭା ପିରବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତେରେସିଂହା ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ କର୍ଲାମୁଣ୍ଡା ବ୍ଲକ କୁରାଳ ସମାଜର ସଭାପତି ରୋହିତ କୁମାର ରଣା ସଭାପତିତ୍ବ କରିଥିଲେ l ଏହି ବୈଠକରେ କୁମ୍ଭାର ସମାଜର ବିଭିନ୍ନ ସମସ୍ୟା ଓ ସଂଗଠନକୁ ସୁଦୃଢ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ l ଏଥିରେ ମାଟି କାରୁକାର୍ଯ୍ୟକୁ ଶିଳ୍ପର ମାନ୍ୟତା ଦେବା, କୁମ୍ଭାର ଜାତିକୁ ଶିଳ୍ପୀର ମାନ୍ୟତା ଦେବା, କୁମ୍ଭାର ଜାତିର ଅର୍ଥନୈତିକ ବିକାଶ ପାଇଁ ଓଡ଼ିଶା ସରକାର ମାଟିକାଳ ବୋର୍ଡ଼ ଗଠନ କରିବା, କୁମ୍ଭାର ବସ୍ତି ନିକଟରେ ମାଟି ସକାଶେ ଜମି ଯୋଗାଣ, ମାଟି ନିର୍ମିତ ସାମଗ୍ରୀକୁ ସରକାର ଦ୍ବାରା ଉଚିତ୍ ମୂଲ୍ୟରେ କ୍ରୟ କରି ଉଚିତ୍ ପ୍ରାପ୍ୟ ପ୍ରଦାନ ଦେବା, ବଜାର ବ୍ୟବସ୍ଥା କରିବା, କୁମ୍ଭାର ଜାତିକୁ ଅତି ପଛୁଆ ବର୍ଗରେ ସାମିଲ କରି ସ୍ଵତନ୍ତ୍ର ଆରକ୍ଷଣ ଦେବା ଓ ବୈଶିକ ମହାମାରୀ (କରୋନା) ଯୋଗୁଁ ମାଟି ଶିଳ୍ପକୁ ଜୀବିକା କରିଥିବା ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ଆଦି ଦାବୀ ସରକାରଙ୍କୁ ଉପସ୍ଥାପନ କରାଗଲା l କୁମ୍ଭକାର ଜାତିର ନବ ନିର୍ବାଚିତ ଜିଲ୍ଲା ପରିଷଦ (କ) ସଦସ୍ୟ ମହେନ୍ଦ୍ର ରଣା, ରିଷିଡ଼ା ଗ୍ରା.ପ ସରପଞ୍ଚ ଶ୍ରୀମତୀ ସେବତୀ ରଣା, ରାଜପୁର ଗ୍ରା.ପ ସରପଞ୍ଚ ଶ୍ରୀମତୀ କୌଶଲ୍ୟା ରଣା ଏବଂ ଟେରାକୁଟା ଚିତ୍ରକର ସଞ୍ଜୟ ରଣା, ଯୁବ କବି ତଥା ଖୋଲାଫର୍ଦ୍ଦ ଖବର କାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ରଣା, କର୍ଲାମୁଣ୍ଡା ବ୍ଲକ୍ ର ପ୍ରଥମ ଆଇନ୍ ସ୍ନାତକ ସୁଶ୍ରୀ ରଶ୍ମିତା ରଣାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି କେଦାରନାଥ ରଣା, ସମ୍ପାଦକ ବୀର କିଶୋର ରଣା, ନର୍ଲା ବ୍ଲକ୍ ସଭାପତି ଗଙ୍ଗାଧର ରଣା, କର୍ଲାମୁଣ୍ଡା ବ୍ଲକ ଉପ ସଭାପତି ମୁରଲୀଧର ରଣା, ମୋହନ ରଣା, ରିଷିଡ଼ା ସଭାପତି ଦିଲ୍ଲୀପ କୁମାର ରଣା, ଉପଦେଷ୍ଟା ନନ୍ଦ କିଶୋର ରଣା (କ), ନନ୍ଦ କିଶୋର ରଣା (ଖ), ହେମସାଗର ରଣା, ଦେବରାଜ ରଣା, ଗୋପୀନାଥ ରଣା, ଜଗ ମୋହନ ରଣା, ରମେଶ ରଣା, ଦଶ ରଣା, ନରେନ୍ଦ୍ର ରଣା, ହରିହର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଦେବେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ମୁରଲୀଧର ରଣା ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ନିର୍ମଳ ରଣା, ଶତୃଘନ ରଣା, ପ୍ରଭାସ ରଣା, ଗୌରାଙ୍ଗ ରଣା, ସୁଷମା ରଣା, ଆରତୀ ରଣା, ଲିଜା ରଣା, ସ୍ଵପ୍ନା ରଣା, ମଞ୍ଜୁ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନୁଆଁଖାଇ ଭେଟଘାଟ ପାଇଁ ବ୍ଲକ କଂଗ୍ରେସ କମିଟି ତରଫରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ଭବାନୀପାଟଣା ପୌର ସଫେଇ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

Leave a Comment

error: Content is protected !!