ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦଧୀବାମନ ଭଂଜନ ସଂଧ୍ୟା ତରଫରୁ ଭଜନ ଓ ସଂଗୀତ ପରିବେଷଣ

ମୟୂରଭଞ୍ଜ-୧୪/୬/୨୨(ମସିହା)  ରାଇରଙ୍ଗପୁରସ୍ଥ ଜଗନ୍ନାଥ ମନ୍ଦିରରେ ତମ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲି ।ଅପରାହ୍ନରେ ନୀତି କାନ୍ତ ସଂପନ୍ନ ପରେ ମହାପ୍ରଭୁଙ୍କ ମନୋଲୋଭା ଗଜଵେଶ ସଂପନ୍ନ ହୋଇଥିଲା ।ଗଜବେଶ ଦେଖିବାକୁ ରାଇରଙ୍ଗପୁର ଆଖପାଖ ସମେତ ବିଭିନ୍ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।ରାତି ୯.୩୦ ପର୍ଯ୍ୟନ୍ତ ମହାପ୍ରଭୁ ଗଜବେଶରେ ଦର୍ଶନ ଦେଇଥିଲେ ।ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ରଥ କମିଟି ତରଫରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭୂବନେଶ୍ବରର ଖ୍ୟାତନାମା ସାଂସ୍କୃତିକ ସଂଗଠନ ‘ଦଧିବାମନ ଜୀଉ ଭଂଜନ ସଂନ୍ଧ୍ଯା ‘ଆନୁକୂଲ୍ଯରେ ଜଗନ୍ନାଥ ଓ ସାଥୀ କଳାକାର ଙ୍କ ଦ୍ଵାରା ଭଜନ,ଜଣାଣ ପରିବେଷଣ କରାଯାଇଥିଲା ।ଏହି ଭଜନ ସମାରୋହରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ସମ୍ରାଟ ଭିକାରୀ ବଳଙ୍କ ପଟ୍ଟଶିଷ୍ଯ ବିବେକ ରାଉତ,ସୁଦୀପ୍ତା ଦାସ,ମନ୍ତ୍ରୀ ରଥ,ମନୋରଂଜନ ପ୍ରମୁଖ ଭଜନ ଓ ଜଣାଣ ରେ ଶ୍ରଦ୍ଧାଳୁଙ୍କ ମନ କିଣି ନେଇଥିଲେ ।ସେହିଭଳି ବାଦ୍ୟ ଯନ୍ତ୍ରରେ ଜଗନ୍ନାଥ ଦାସ,ବୁଲୁ ମହାରଣା,,ରମେଶ ସ୍ବାଇଁ, ନୀଳାଦ୍ରି ମହାନ୍ତି ପ୍ରମୁଖ ସଙ୍ଗୀତ ଓ ବାଦ୍ୟ ଦେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।ଶିକ୍କ ରଂଜନ କୁମାର ନନ୍ଦ ନିଜର ବାକ୍ୟ ଶୈଳୀରେ ଭଜନ ସଂଧ୍ୟା ର ମଂଚ ପରିଚାଳନା କରିଥିଲେ ।ହଜାର ହଜାର ଶ୍ରଦ୍ଧାଳୁ ଭଜନ ସମାରୋହରେ ଯୋଗଦେଇ ନିଜକୁ ଜଗନ୍ନାଥଙ୍କ ପ୍ରେମରେ ଝୁମିବା ସହ ହଜାଇ ଦେଇଥିଲେ ।

      ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା – ପଳାଶ ଫୁଲ

Sunil Chandra Nayak

ଓଡ଼ିଆ ଭଜନ ‘ଶ୍ରୀରାମ’ ର ଶୁଭ ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!