ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

 

ଶ୍ରୀ ଭ୍ରମର ବାଗ

 

ଜୟ ଜଗନ୍ନାଥ ଜଗତର ନାଥ

      ଜଗନ୍ନାଥ ନାମ ବହିକି !

ପୂର୍ବ ଉତ୍କଳର ଲବଣ ସିନ୍ଧୁର

    ତୀରେ ବିରାଜିଛ ଆସିକି !!1

ବଡ଼ ଦେଉଳର ରତ୍ନ ସିଂହାସନେ

     ବସିଅଛ ଚକା ପାରିକି !

ପତିତପାବନ ବାନାକୁ ଉଡ଼ାଇ

      ଭକ୍ତେ ଡାକୁଅଛ ଠାରିକି !!2

ବାର ମାସେ ତେର ଯାତରା ଲଗାଇ

      ଭକତଙ୍କୁ କର ବାଇକି !

ଭାବର ଠାକୁର ବୁଝୁଅଛ ଭାବ

       ଭାବ ଡୋରେ ଭକ୍ତ ଟାଣିକି !!3

ଷାଠିଏ ପଉଟି ଅଭଡ଼ାର ଭାତ

 ଛପନ ଭୋଗକୁ ଖାଇକି !

କୈବଲ୍ୟ ନିର୍ମାଲ୍ୟ ମହା ପ୍ରସାଦରେ

       ତାରୁଅଛ ପାପୀ ତାପୀକି !!4

ପ୍ରେମର ଠାକୁର କଳା କଳେବର

    ପ୍ରେମ ଭକ୍ତି ରସେ ରସିକି !

ଭକତି ଛନ୍ଦରେ ଭକତକୁ ଛନ୍ଦି

     କୋଳେଇ ନିଅ ହେ ହସିକି !!5

ଭାବକୁ ନିକଟ ଅଭାବକୁ ଦୂର

       ଭାବର ଠାକୁର ହୋଇକି !

ଅଭାବେ ମୁଁ ତୁମ ଭାବ ଲଗାଇଛି

     ବୁଝ ଭାବ କୃପା ବହିକି !!

ଗାଁ – କୋଦୋବେଡ଼ା, ସିନାପାଲି, ଜିଲ୍ଲା – ନୂଆପଡ଼ା

Related posts

ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ଗଠିତ

Sunil Chandra Nayak

ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ୍ ର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!