ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

 

ଶ୍ରୀ ଭ୍ରମର ବାଗ

 

ଜୟ ଜଗନ୍ନାଥ ଜଗତର ନାଥ

      ଜଗନ୍ନାଥ ନାମ ବହିକି !

ପୂର୍ବ ଉତ୍କଳର ଲବଣ ସିନ୍ଧୁର

    ତୀରେ ବିରାଜିଛ ଆସିକି !!1

ବଡ଼ ଦେଉଳର ରତ୍ନ ସିଂହାସନେ

     ବସିଅଛ ଚକା ପାରିକି !

ପତିତପାବନ ବାନାକୁ ଉଡ଼ାଇ

      ଭକ୍ତେ ଡାକୁଅଛ ଠାରିକି !!2

ବାର ମାସେ ତେର ଯାତରା ଲଗାଇ

      ଭକତଙ୍କୁ କର ବାଇକି !

ଭାବର ଠାକୁର ବୁଝୁଅଛ ଭାବ

       ଭାବ ଡୋରେ ଭକ୍ତ ଟାଣିକି !!3

ଷାଠିଏ ପଉଟି ଅଭଡ଼ାର ଭାତ

 ଛପନ ଭୋଗକୁ ଖାଇକି !

କୈବଲ୍ୟ ନିର୍ମାଲ୍ୟ ମହା ପ୍ରସାଦରେ

       ତାରୁଅଛ ପାପୀ ତାପୀକି !!4

ପ୍ରେମର ଠାକୁର କଳା କଳେବର

    ପ୍ରେମ ଭକ୍ତି ରସେ ରସିକି !

ଭକତି ଛନ୍ଦରେ ଭକତକୁ ଛନ୍ଦି

     କୋଳେଇ ନିଅ ହେ ହସିକି !!5

ଭାବକୁ ନିକଟ ଅଭାବକୁ ଦୂର

       ଭାବର ଠାକୁର ହୋଇକି !

ଅଭାବେ ମୁଁ ତୁମ ଭାବ ଲଗାଇଛି

     ବୁଝ ଭାବ କୃପା ବହିକି !!

ଗାଁ – କୋଦୋବେଡ଼ା, ସିନାପାଲି, ଜିଲ୍ଲା – ନୂଆପଡ଼ା

Related posts

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

Sunil Chandra Nayak

ନୂଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅଶୀତ ତ୍ରିପାଠୀ 

Leave a Comment

error: Content is protected !!