ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ସହ ରାଇରଙ୍ଗପୁର ପୌରପରିଷଦର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

ମୟୂରଭଞ୍ଜ -୧୫/୬/୨୨(ମସିହା) ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ରାଇରଙ୍ଗପୁର ଗସ୍ତରେ ଆଜି ପହଞ୍ଚିଛନ୍ତି । ରାଇରଙ୍ଗପୁର ରାଜସ୍ବ ବିଭାଗ ଡାକ ବଙ୍ଗଳା ପରିସରରେ ରାଇରଙ୍ଗପୁର ପୌର ପାରିଷଦର ସଦସ୍ଯମାନେ ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।ତଦସହ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର‌ ବିକାଶ ପାଇଁ ଆଲୋଚନା କରିଥିଲେ । ସୁଲାଇପାଟ ଖଡଖାଈ ନଦୀବନ୍ଧ ,ବାଙ୍କବଳ ନଦୀବନ୍ଧ ,ନେସା ନଦୀବନ୍ଧ ନିକଟରେ ପର୍ଯ୍ୟଟନ ବିକାଶ,ନସ୍କରିଆ ଶୈବପୀଠ, ଜଳେଶ୍ଵର ବାବା, ଶୈବପୀଠ, ଯୋଗେଶ୍ୱର ବାବା ଶୈବପୀଠ,ବହଳଦା କୀଚକେଶ୍ବରୀ ମନ୍ଦିର, ରଘୁନାଥ ଜୀଉ ମଠର ବିକାଶ, ପର୍ଯ୍ୟଟନ ଆଶ୍ରୟସ୍ଥଳୀ,ବଡବନ୍ଧ,ରାଣୀ ବନ୍ଧ ପାରିପାର୍ଶ୍ବିକ ବିକାଶ,ଛଟଘାଟ,ଅଶ୍ରୁଘାଟୀ ଜଳପ୍ରପାତ ବିକାଶ,ବାବା ଐଶ୍ବାନେଶ୍ବର ଶୈବପୀଠ ବିକାଶ,ମାଙ୍କିଡିଘାଟୀ ସାଧନା ପୀଠର ବିକାଶ, ପୂର୍ଣେଶ୍ଵର‌ମନ୍ଦିର,ପାଖଣାପାଟ ବିକାଶ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଥିଲେ । ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ସ୍ମିତା ଚୌଧୁରୀ, ମହିଳା ଜିଲ୍ଲା ନେତ୍ରୀ ତନୁଜା ମହାନ୍ତ, କାଉନସିଲର ପୂର୍ଣ୍ଣିମା ମହାନ୍ତ, ସରୋଜ ବେହେରା,ହୋଇଲେ ମହାନ୍ତି ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦରେ ମ, ରାମପୁର ରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ   

ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ଜିଲ୍ଲାପାଳଙ୍କ ଦ୍ଵାରା’ସାହସିକତା ସମ୍ମାନ’ ରେ ସମ୍ମାନୀତ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!